ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶିଷ୍ଟ ଶିଳ୍ପପତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜଙ୍କ ମୁଖ୍ୟ ମୁକେଶ ଆମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ମୁକେଶ ଅମ୍ବାନୀଙ୍କୁ ‘ଜେଡ୍ ପ୍ଲସ୍’ କ୍ୟାଟଗରୀର ସୁରକ୍ଷା ପ୍ରଦାନ କରାଯାଉଛି। ଆମ୍ବାନୀଙ୍କ ଜୀବନ ପ୍ରତି ବିପଦ ଥିବା ଗୋଇନ୍ଦା ବିଭାଗ ପକ୍ଷର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ମଧ୍ୟ ଆମ୍ବାନୀଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଗତ ବର୍ଷ ମୁକେଶ ଆମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରେ ବୋମା ଆତଙ୍କ ପରେ ତାଙ୍କୁ ଜେଡ୍ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏବେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ବୃଦ୍ଧି କରାଯାଇଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..