Report Card Odisha

| Daily Odia News

ମୁକ୍ତାର ଅନସାରୀଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଉତ୍ତର ପ୍ରଦେଶର ମୁକ୍ତାର ଅନସାରୀଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ଦିନ ହେଲା ଜେଲରେ ଥିବା ଅନସାରୀ ଆଜି ସନ୍ଧ୍ୟାରେ ହାର୍ଟ ଆଟାକର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରମଜାନ ଚାଲିଥିବାରୁ ଜେଲରେ ଥାଇ ମଧ୍ୟ ମୁକ୍ତାର ଉପବାସ କରିଥିଲେ। ଦିନ ତମାମ ଉପବାସ କରିଥିବା ବେଳେ ସେ ସନ୍ଧ୍ୟାରେ ଏହାକୁ ଭଙ୍ଗ କରିଥିଲେ। କିନ୍ତୁ ହଠାତ ସେ ଉପବାସ ଭଙ୍ଗ କରିବା ମାତ୍ରେ ଅସୁସ୍ଥତା ଅନୁଭବ କରିଥିଲେ। ସେ ତଳେ ବସି ପଡ଼ିବା ସହ ବାନ୍ତି କରିବା ଆରମ୍ଭ କରିଥିଲେ। ସମୟକ୍ରମେ ସେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇ ଯାଇଥିଲା। ସେ ହାର୍ଟ ଆଟାକର ସାମନା କରିବାରୁ ତାଙ୍କୁ ବନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ଉତ୍ତର ପ୍ରଦେଶର ମାଉ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ହୋଇଥିବା ମୁକ୍ତାର ଅନସାରୀଙ୍କ ନାଁରେ ବିଭିନ୍ନ ଥାନାରେ ୫୨ଟି କେସ୍‌ ରହିଥିଲା। ସେ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଉ କିଛି ବିଚାରାଧୀନ ରହିଥିଲା।

 

Breaking News