ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟ ସଭା ନିର୍ବାଚନ ପାଇଁ ହେବାକୁ ଥିବା ମତଦାନ ଲାଗି କରାଯାଇଥିବା ଆବେଦନର ଶୁଣାଣିରେ ଇଡି ଦ୍ୱାରା ଗିରଫ ହୋଇଥିବା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏବଂ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଝଟ୍କା ମିଳିଛି। ଶୁକ୍ରବାର ସେସନ୍ସ କୋର୍ଟ ଓ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ନିର୍ବାଚନରେ ଭୋଟ ଦେବାକୁ ଅନୁମତି ପ୍ରଦାନ କରିନାହାନ୍ତି। ସେହିଭଳି ବିଧାନ ପରିଷଦ ନିର୍ବାଚନରେ ମଧ୍ୟ ଭୋଟ ଦେବାକୁ ଅନୁମତି ପାଇବା ପାଇଁ ସେ ବହୁତ ଚେଷ୍ଟା କରିଥିଲେ। ହେଲେ ତାଙ୍କର ସମସ୍ତ ଉଦ୍ୟମ ବିଫଳ ହୋଇଛି। ବିଧାନ ପରିଷଦ ନିର୍ବାଚନରେ ଭୋଟ ଦେବାକୁ ଉଭୟଙ୍କ ଆବେଦନକୁ ଶୁକ୍ରବାର ମୁମ୍ବାଇ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଶିବସେନା ଏମ୍ପି ସଞ୍ଜୟ ରାଉତ କହିଛନ୍ତି, କୋର୍ଟର କାନ୍ଧରେ ବନ୍ଧୁକ ରଖି କିଏ କ’ଣ କରୁଛି ତାହା ସମସ୍ତେ ଜାଣନ୍ତି। ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ, କିନ୍ତୁ ସେମାନଙ୍କୁ ବେଆଇନ ଭାବେ ଜେଲ୍ରେ ରଖାଯାଇଛି। ଗଣତନ୍ତ୍ର ସେମାନଙ୍କୁ ରାଜ୍ୟ ସଭା ଏବଂ ବିଧାନ ପରିଷଦ ପାଇଁ ଭୋଟ ଦେବାର ଅଧିକାର ଦେଇଛି। ହେଲେ ଏବେ ସଂସଦୀୟ ଗଣତନ୍ତ୍ର ବନ୍ଦ କରିବାର ସମୟ ଆସିଛି ବୋଲି ସଞ୍ଜୟ ରାଉତ କହିଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……