ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇରେ ପଶିଛନ୍ତି ୩ ପାକିସ୍ତାନୀ ଆତଙ୍କବାଦୀ । ଏଭଳି ଖବର ପାଇଁ ଆଲର୍ଟ ହୋଇଯାଇଛି ପୋଲିସ ଆଉ ଜାଗା ଜାଗାରେ ପେଟ୍ରୋଲିଂ କରୁଛି। ଶନିବାର ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଏକ କଲ୍ ଆସିଥିଲା ଯେ, ସହରକୁ ଆତଙ୍କବାଦୀମାନେ ପ୍ରବେଶ କରିଛନ୍ତି । ମୁମ୍ବାଇ ପୋଲିସକୁ କଲ୍ କରିଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ, ୩ ପାକିସ୍ତାନୀ ଆତଙ୍କବାଦୀ ଦୁବାଇ ବାଟ ହୋଇ ଭାରତ ଆସିଛନ୍ତି । ଅଜ୍ଞାତ ନମବ୍ରୁ କଲ୍ କରିଥିବା ଜଣେ ଆତଙ୍କବାଦୀଙ୍କୁ ମୁଜିବ ସୟିଦ୍ ବୋଲି ଚିହ୍ନଟ କରି ପୋଲିସକୁ ତାଙ୍କ ମୋବାଇଲ୍ ନମ୍ବର ଏବଂ ଗାଡି ନମ୍ବର ବିଷୟରେ ସୂଚନା ଦେଇଥିଲା । ଏଭଳି ଖବର ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ପରେ ସୂଚନା ସଂଗ୍ରହ କରିଛି । ତେବେ ଏହି ତଥ୍ୟ ଗୁଡ଼ିକ ଭୁଲ୍ ହୋଇପାରେ ବୋଲି ଅଧିକାରୀମାନେ ସନ୍ଦେହ କରୁଛନ୍ତି । ପୋଲିସ ଏବେ କଲ୍ କରିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ କରୁଛନ୍ତି ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..