ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ। ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ କୋଣ ଅନୁକୋଣରେ କଡ଼ା ପହରା ଦିଆଯାଇଛି। ପୋଲିସ ସୂତ୍ର ଅନୁଯାୟୀ, ସୁରକ୍ଷା ଏଜେନ୍ସିର ସତର୍କ ସୂଚନା ପରେ ମୁମ୍ବାଇର ଅନେକ ଧାର୍ମିକ ସ୍ଥାନ ତଥା ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ଧାର୍ମିକ ସ୍ଥାନରେ “ମକ୍ ଡ୍ରିଲ୍” କରିବାକୁ ପୋଲିସ କୁ ନିର୍ଦ୍ଦେଶ ଦିଆଯାଇଛି। ସହରର ସମସ୍ତ ଡିସିପିଙ୍କୁ ମଧ୍ୟ ନିଜ ନିଜ ଜୋନ୍ରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ଦିନ କ୍ରାଫର୍ଡ ମାର୍କେଟ ଅଞ୍ଚଳରେ ପୋଲିସ ମକ୍ ଡ୍ରିଲ୍ କରିଥିଲା। ଏହା ହେଉଛି ମୁମ୍ବାଇର ସେହି ଅଞ୍ଚଳ ଯେଉଁଠାରେ ପ୍ରବଳ ଭିଡ଼ ଜମେ। ଏଠାରେ ଦୁଇଟି ପ୍ରମୁଖ ଧାର୍ମିକ ସ୍ଥାନ ମଧ୍ୟ ଅଛି। ମକ୍ ଡ୍ରିଲ ସମ୍ପର୍କରେ ପୋଲିସ କହିଛି ଯେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା ଏକ ଅଭ୍ୟାସ। କିନ୍ତୁ ହଠାତ୍ କାହିଁକି ଏପରି କରାଯାଉଥିଲା ସେ ବିଷୟରେ ସେ କିଛି କହି ନାହାଁନ୍ତି। ପୋଲିସ କହିଛି ଯେ ଆଗାମୀ ପର୍ବ ଏବଂ ନିର୍ବାଚନକୁ ଦୃଷ୍ଟିରେ ରଖି ମୁମ୍ବାଇର ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ୍ କରାଯାଉଛି






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..