ରିପୋର୍ଟ କାର୍ଡ / ମୁମ୍ବାଇ
କରୋନା ସଂକ୍ରମଣ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ କରିଛି | ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ପାଇଁ ମହାରାଷ୍ଟ୍ରର ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି | ଆଜି ରାତି ୮ଟାରୁ ୧୫ ଦିନିଆ କଡ଼ା କଟକଣା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ରାଜ୍ୟବାସୀଙ୍କୁ ଏକ ଭର୍ଚୁଆଲ୍ ବାର୍ତ୍ତାରେ ଶ୍ରୀ ଠାକରେ କହିଛନ୍ତି, ଦୈନିକ କୋଭିଡ ସଂକ୍ରମଣ ମାମଲା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଥିବାରୁ ସମଗ୍ର ରାଜ୍ୟରେ ଧାରା ୧୪୪ ଜାରି କରାଯିବ। ଏହି ସମୟରେ ମୁମ୍ବାଇ ଲୋକାଲ୍ ଟ୍ରେନ୍ ଓ ବସ୍ ସେବା ଭଳି ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ। ତେବେ କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର କର୍ମଚାରୀମାନେ ଏଥିରେ ଯାତାୟାତ କରିପାରିବେ। ରାଜ୍ୟରେ ଅକ୍ସିଜେନର ଅଭାବ ରହିଥିବା ବିଷୟରେ ସେ କହିଛନ୍ତି ଅନ୍ୟ ରାଜ୍ୟରୁ ମହାରାଷ୍ଟ୍ରରେ ଅକ୍ସିଜେନ ପହଞ୍ଚାଇବା ପାଇଁ ବାୟୁସେନାକୁ ନିର୍ଦ୍ଦେଶ ଦେବା ସକାଶେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିବେ। ଏବେ ମହାରାଷ୍ଟ୍ର ୧୨ଶହ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଉତ୍ପାଦନ କରୁଛି ଏବଂ କରୋନା ସଂକ୍ରମଣ ବୃଦ୍ଧି ହେତୁ ୯୫୦ରୁ ଏକହଜାର ଟନ୍ ଅକ୍ସିଜେନର ଆବଶ୍ୟକତା ଦେଖାଦେଇଛି। ଏଥିପାଇଁ ଅନ୍ୟ ରାଜ୍ୟରୁ ଅକ୍ସିଜେନ ଆମଦାନୀ ଆବଶ୍ୟକ ହେଉଛି।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….