ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଟୁଟ୍ରେ ଲେଖିଛନ୍ତି, ଭାରତୀୟ ସମ୍ବିଧାନର ମୁଖ୍ୟ ଶିଳ୍ପୀ ଡା. ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ଏକ ସମାନ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଡକ୍ଟର ଆମ୍ବେଦକର ସାରା ଜୀବନ ସଂଗ୍ରାମ କରିଥିଲେ। ଆଜି, ତାଙ୍କ ଆଦର୍ଶ ଏବଂ ଚିନ୍ତାଧାରାରୁ ଶିକ୍ଷା ଗ୍ରହଣ କରି ଆମ ଆଚରଣରେ ପରିବର୍ତ୍ତନ କରିବାକୁ ସଂକଳ୍ପ ନିଅନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟରେ ଲେଖିଛନ୍ତି, ଆମ୍ବେଦକର ଜୟନ୍ତୀ ଅବସରରେ ମୁଁ ଡା. ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସଂଗ୍ରାମ ମାଧ୍ୟମରେ ସେ ସମାଜର ସୁବ ବର୍ଗର ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ କାର୍ଯ୍ୟ କରିଥିଲେ, ଯାହା ପ୍ରତ୍ୟେକ ପିଢ଼ି ପାଇଁ ଏକ ଉଦାହରଣ।
More Stories
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ,ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ….
ପରାକ୍ରମ ଦେଖାଇଲା ନୌବାହିନୀ…..
ସେନା ପୋଷ୍ଟ ଉପରେ ଆକ୍ରମଣ…..