Report Card Odisha

| Daily Odia News

ସିସିଟିଭି ନଥିଲେ ପରୀକ୍ଷା କେନ୍ଦ୍ର ବାତିଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସିସିଟିଭି ନଥିଲେ ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବ। ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର, ପରୀକ୍ଷା ହଲ, ବାରଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯିବା ଜରୁରୀ। ଯେଉଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିନଥିବ, ସେଠାରେ ପରୀକ୍ଷା କରାଯିବ ନାହିଁ ବୋଲି ସିଏଚ୍ଏସଇ ପକ୍ଷରୁ କୁହାଯାଇଛି । ଏଥିଲାଗି ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ରିପୋର୍ଟ ଶିକ୍ଷା ପରିଷଦ ପାଖରେ ଦାଖଲ କରିବାକୁ ହେବ । ଏହି ରିପୋର୍ଟ ଦାଖଲ କରାନଗଲେ, ସଂପୃକ୍ତ କଲେଜରେ ହେଉଥିବା ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବ । ଏହାସହ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁାପରିଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ମେ ୧୮ରୁ ଜୁନ୍ ୧୨ ଯାଏ ଯୁକ୍ତ ୨ ପରୀକ୍ଷା ହେବ ।

Breaking News