ରିପୋର୍ଟ କାର୍ଡ / ମୁମ୍ବାଇ
ମୁମ୍ବାଇର ବିମାନବନ୍ଦରରେ ଆକ୍ରମଣ ହେବାର ଆଶଙ୍କା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇ ଯାଇଛନ୍ତି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୂଚନାନୁଯାୟୀ, ସୋମବାର ଦିନ ଇରଫାନ ଅହମ୍ମଦ ନାମକ ଜଣେ ବ୍ୟକ୍ତି ଫୋନ୍ କରି ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଧମକ ଦେବା ସହ ଅଭିଯୁକ୍ତ ନିଜକୁ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ପରିଚୟ ଦେଇଥିଲା। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବଇ ଗସ୍ତ କରିବା ସହ ସେଠାରେ କିଛି କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି। ମୁମ୍ବଇ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାର ମୁମ୍ବଇର କୋଲାବା ସ୍ଥିତ ବେସ୍ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ୧୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଏଠାରେ ଡ୍ରୋନ କିମ୍ବା ଅନ୍ୟ କୌଣସି ଉଡ଼ାଣ କାର୍ୟ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ରର ନାଗପୁରର ଦୁଇଟି ଡାକ୍ତରଖାନାକୁ ବୋମା ବିସ୍ଫୋରଣ ନେଇ ଧମକ ଦିଆଯାଇଥିଲା। ଏ ସମ୍ପର୍କରେ ନାଗପୁର ପୁଲିସ ଷ୍ଟେସନ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଅଭିଯୁକ୍ତକୁ ଏପର୍ୟ୍ୟନ୍ତ ଚିହ୍ନଟ କରାଯାଇ ନାହିଁ, ପୁଲିସ ଏହାର ତଦନ୍ତ କରୁଛି।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..