ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଏକ ଆତଙ୍କ ନିରୋଧି ଅଦାଲତ ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଜମାତ ଉଦ ଦାୱାର ତଥା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ ସଇଦକୁ ଦୁଇଟି ମାମାଲାରେ ୩୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ହାଫିଜ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମଧ୍ୟ ଅଦାଲତ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଫିଜ ସଇଦର ଜମାତ ଉଦ ଦାୱା ଓ ଲସ୍କର ଇ ତୋଏବା ନାମକ ଦୁଇଟି ଆତଙ୍କ ବାଦି ସଙ୍ଗଠନ ରହିଛି। ଏହି ଦୁଇଟି ସଙ୍ଗଠନ ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କ ବାଦୀ ଆକ୍ରମଣ କରିଥିଲେ ଓ ଏଥିରେ ୧୬୬ ଜଣ ଲୋକ ମୃତାହତ ହୋଇଥିଲେ। ଏହା ପୂର୍ବରୁ ୨୦୨୦ ମସିହାରେ ଆତଙ୍କବାଦ ପାଇଁ ଟଙ୍କା ବିନିଯୋଗ କରିବା ମାମଲାରେ ଅଦାଲତ ହାଫିଜ ସଇଦକୁ ଦୋଷୀ ଘୋଷଣା କରିଥିଲା। ପାକିସ୍ତାନର ଆତଙ୍କ ନିରୋଧି ଅଦାଲତ ଦୁଇଟି ଅଲଗା ଅଲଗା ମାମଲା ପାଇଁ ହାଫିଜକୁ ସାଢ଼େ ପାଞ୍ଚ ବର୍ଷ ଲେଖାଏଁ ଜେଲ ଦଣ୍ଡ ଘୋଷଣା କରିଛି । ଏହାଛଡ଼ା ଦୁଇଟି ମାମଲାରେ ପାକିସ୍ତାନ ଆତଙ୍କ ନିରୋଧି ଅଦାଲତ ହାଫିଜ ସଇଦ ଉପରେ ୧୫ ହଜାର ପାକିସ୍ତାନି ମୁଦ୍ରା ଜୋରିମାନା ଲଗାଇଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..