Report Card Odisha

| Daily Odia News

କଂଗ୍ରେସ ସହ ୪୮ ବର୍ଷର ସମ୍ପର୍କ ତୁଟାଇଲେ ବାବା ସିଦ୍ଦିକି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସକୁ ପୁଣି ବଡ଼ ଝଟ୍‌କା। ବରିଷ୍ଠ ନେତା ତଥା ମହାରାଷ୍ଟ୍ର ସରକାରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତିନି ଥର ବିଧାୟକ ଥିବା ବାବା ସିଦ୍ଦିକି ୪୮ ବର୍ଷ ଧରି କଂଗ୍ରେସ ସହ ଜଡିତ ହେବା ପରେ ଦଳ ଛାଡିଛନ୍ତି। ସେ ତାଙ୍କର ରାଜନୈତିକ ଯାତ୍ରାକୁ ଚମତ୍କାର ବୋଲି ବର୍ଣ୍ଣନା କରିଛନ୍ତି। ଏହାପୂର୍ବରୁ ନିକଟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓରା ଦଳର ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବାବା ସିଦ୍ଦିକି କଂଗ୍ରେସ ହାତ ଛାଡ଼ି ଥିବା ନେଇ ଘୋଷଣା କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଯୁବାବସ୍ଥାରେ କଂଗ୍ରେସରେ ଯୋଗ ଦେଇଥିଲି। ଏହି ଯାତ୍ରା ମୋ ପାଇଁ ବେଶ୍ ଚମତ୍କାର ଥିଲା। ଏହି ଯାତ୍ରା ୪୮ ବର୍ଷ ଧରି ଏକ ମହତ୍ୱୂପର୍ଣ୍ଣ ଯାତ୍ରା ଅଟେ। ହେଲେ ଆଜି ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି। ବହୁତ କିଛି କହିବାକୁ ଚାହେଁ, କିନ୍ତୁ କିଛି ଜିନିଷ ଅଛି ଯାହା ବିଷୟରେ ନ କହିଲେ ଭଲ। ସେ  ଅଜିତ ପାଓ୍ୱାର ଦଳ ଏନ୍‌ସିପିରେ ରେଯୋଗ ଦେବାନେଇ ଚର୍ଚ୍ଚା ହେଉଛି |

Breaking News