ରିପୋର୍ଟ କାର୍ଡ / ବାଲେଶ୍ୱର
ବାଲେଶ୍ୱର ଚାନ୍ଦିପୁର ଡିଆରଡିଓ ଗୁପ୍ତଚରୀରେ ମୁମ୍ବାଇ ଲିଙ୍କ ନେଇ ବଡ଼ ସୁରାକ୍ ମିଳିଛି । ଏହି ଘଟଣାରେ ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ କାରବାରରେ ମୁମ୍ବାଇ ଲିଙ୍କ ସୂଚନା ମିଳିଛି । ଜଣେ ମହିଳା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୪୦ ହଜାର ଟଙ୍କା ମାଗିଥିବା ଜଣାପଡିଛି । ଏହା ସହିତ ମୁମ୍ବାଇ ୨ ଜଣ ବ୍ୟକ୍ତିଙ୍କ ପାଖକୁ ଅନଲାଇନରେ ପଠାଇବାକୁ କହିଥିଲେ । ଏପ୍ରିଲ ୧୮ରେ ଅନଲାଇନରେ ୪୦ ହଜାର ଟଙ୍କା ଜମା କରିଥିଲେ ଅଭିଯୁକ୍ତ । ତେବେ ୧୯ ତାରିଖ ଦିନ ସମ୍ପୃକ୍ତ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ରିଟର୍ଣ୍ଣ ଆସିଥିଲା । ତାଙ୍କ ଚାନ୍ଦିପୁର ଏସବିଆଇ ବ୍ରାଞ୍ଚରେ ଥିବା ଆକାଉଣ୍ଟକୁ ଟଙ୍କା ଆସିଥିଲା ଜଣାପଡିଛି । କେହି ଜଣେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିବା ସୂଚନା ମିଳିଛି । ଅନଲାଇନରେ ଟଙ୍କା ଯାଇଥିବା ବେଳେ ଏଥିରେ ମୁମ୍ବାଇର ସମ୍ପୃକ୍ତ ୨ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଓ ସେମାନଙ୍କୁ ଧରିବା ପାଇଁ ମୁମ୍ବାଇ ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଏନେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ତେବେ ଟଙ୍କା ମାଗିଥିବା ମହିଳା କିଏ ତାଙ୍କୁ ନେଇ ଏବେ ତନାଘନା ଚାଲିଛି । ସମ୍ପୃକ୍ତ ମହିଳା ପ୍ରଥମ ରହସ୍ୟମୟୀ ନା ଆଉ ଜଣେ, ସେନେଇ ଛାନଭିନ୍ ଜାରି ରହିଛି ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..