ରିପୋର୍ଟ କାର୍ଡ / ମୁମ୍ବାଇ
ଭାରତରେ ଧୀରେ ଧୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପରକରିଛି |ନ୍ୟୁୟର୍କରୁ ମୁମ୍ବାଇକୁ ଫେରିଥିବା ଜଣେ ୨୯ ବର୍ଷିୟ ବ୍ୟକ୍ତି ଶୁକ୍ରବାର ଦିନ ‘ଓମିକ୍ରନ୍ ଭେରିଏଣ୍ଟ୍’ ପଜିଟିଭ୍ ହୋଇଛନ୍ତି |ଏନେଇ ‘ବୃହନ୍ମୁମ୍ବାଇ ମୁନିସିପାଲ୍ କର୍ପୋରେସନ୍’ ଏକ ‘ରିଲିଜ୍’ରେ କହିଛି। ଉଲ୍ଲେଖଯୋଗ୍ୟ, କୌଣସି ଲକ୍ଷଣ ଦେଖାଯାଇ ନ ଥିବା ଉକ୍ତ ବ୍ୟକ୍ତିଜଣକ ‘ଫାଇଜର୍’ ନିର୍ମିତ କରୋନାଭାଇରସ୍ ଟିକାର ୩ଟି ଡୋଜ୍ ନେଇଥିଲେ।ନଭେମ୍ବର ୯ ତାରିଖ ଦିନ ବିମାନ ବନ୍ଦରରେ କରାଯାଇଥିବା ପରୀକ୍ଷାରେ ସେ କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡ଼ିବା ପରେ ତାଙ୍କ ନମୁନା ‘ଜିନୋମ୍ ସିକ୍ବେନ୍ସିଙ୍ଗ୍’ ପାଇଁ ପଠାଯାଇଥିଲା। ତାଙ୍କର ଅତିରିକ୍ତ ସଂସ୍ପର୍ଶରେ ଆସିଥିବା ଦୁଇଜଣ ବ୍ୟକ୍ତି କିନ୍ତୁ, କରୋନାଭାଇରସ୍ ନେଗେଟିଭ୍ ଆସିଥିବା କଥା ‘ବିଏମ୍ସି’ କହିଛି। ସତର୍କତାମୂଳକ ପଦକ୍ଷେପସ୍ବରୂପ ଲକ୍ଷଣରହିତ ଉକ୍ତ ରୋଗୀଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏହି ସଂକ୍ରମଣ ମାମଲାକୁ ମିଶାଇ ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ସମୁଦାୟ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଅବଶ୍ୟ ସେମାନଙ୍କ ମଧ୍ୟରୁ ୫ଜଣ ମୁମ୍ବାଇ ବାହାରର ବ୍ୟକ୍ତିବିଶେଷ। ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ଏ ମଧ୍ୟରେ ୧୩ଜଣଙ୍କୁ ଡାକ୍ତରଖାନାରୁ ବିଦା କରାଯାଇ ସାରିଲାଣି। ୧୫ଜଣ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ମଧ୍ୟରୁ କାହାରି ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇ ନ ଥିବା କଥା ‘ବିଏମ୍ସି’ କହିଛି। ସମସ୍ତ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ମହାରାଷ୍ଟ୍ରରେ ‘ଓମିକ୍ରନ’ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..