ରିପୋର୍ଟ କାର୍ଡ / ଭୁବନେଶ୍ୱର
ଇସ୍ତଫା ଦେଲେ ମୁନା ଖାନ୍! ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ଏମପି ମୁନା ଖାନ୍। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଂଖ୍ୟାଲଘୁ ସେଲର ସାଉଥ ଜୋନ ସଂଯୋଜକ ପଦରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। ଏଥିପାଇଁ ସେ ସକାଳୁ ସକାଳୁ ନବୀନ ନିବାସ ପହଞ୍ଚିଥିବା ଚର୍ଚ୍ଚା ହେଉଛି। ତେବେ ଗତ ୫ ତାରିଖରେ ସଂଖ୍ୟାଲଘୁ ସଂପ୍ରଦାୟ କମିଟି ଗଠନ ହୋଇଥିଲା। ଦିଲ୍ଲୀପ ତିର୍କିଙ୍କୁ ସଂଖ୍ୟାଲଘୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଛି। ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମପି ମୁନା ଖାନ ଅଳ୍ପସଂଖ୍ୟକ ସମ୍ପ୍ରଦାରୟ କମିଟିରୁ ଇସ୍ତଫା ଦେଇଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁନାଙ୍କ ଇସ୍ତଫା ପଛରେ ବିଭିନ୍ନ କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି।






More Stories
ଦେଶର ବିକାଶ ପାଇଁ SC/STଙ୍କ ଉତ୍ଥାନ ଜରୁରୀ…..
ଟ୍ରେନର ୬ ବଗି ଲାଇନଚ୍ୟୁତ……
ଆସୁଛି ଆଉ ଦୁଇଟି ଲଘୁଚାପ, ୩୧ରୁ ପ୍ରବଳ ବର୍ଷା ସମ୍ଭାବନା……