ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଆସିବ ରାଜ୍ୟ ପୌର ରେଜଲ୍ଟ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି ଜାରିରହିଛି । ଶନିବାର ଦିନ ୩ ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରର ରେଜଲ୍ଟ । ଏହାସହ ୪୭ ଟି ମ୍ୟୁନିସିପାଲ ଏବଂ ୫୯ ଟି ଏନଏସି ସହ ମୋଟ୍ ୧୦୬ଟି ପୌର ପରିଷଦର ଆସିବ ରେଜଲ୍ଟ । ଇଭିଏମରେ ସିଲ୍ ହୋଇଥିବା ୬ ହଜାର ୪୧୧ ପ୍ରାର୍ଥୀଙ୍କ ଉପରେ ଜନାଦେଶ କଣ ରହିଛି ତାହା ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ । ତେବେ ଗତ ଥର ଅପେକ୍ଷା ଏଥର ମତଦାନ ହାର ଅଧିକ ରହିଛି । ଏଥର ମୋଟ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ପୌର ନିର୍ବାଚନରେ ୬୦. ୯୩ ପ୍ରତିଶତ ମତଦାନ ହୋଇଥିଲା । ୧୮୨୫ ୱାର୍ଡର ୪ ହଜାର ୩୬୦ ବୁଥରେ ମୋଟ୍ ୬ ହଜାର ୪୧୧ ପ୍ରାର୍ଥୀଙ୍କ ପାଇଁ ଭୋଟ ନିଆଯାଇଥିଲା। ୩ ମହାନଗର ନିଗମରେ କିଏ ପିନ୍ଧିବେ ମେୟର ତାଜ୍ । ଏହା ସହ ୧୦୬ଟି ପୌରାଞ୍ଚଳରେ ବାଜି ମାରିବ କିଏ- ଆଜି ଭୋଟ ଗଣତି ପରେ ସବୁ ହୋଇଯିବ ସ୍ପଷ୍ଟ । କେଉଁ ସହରରେ କେଉଁ ୱାର୍ଡରେ କାହାର ଚାଲିବ ରାଜ କହିବ ନିର୍ବାଚନ ଫଳ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..