Report Card Odisha

| Daily Odia News

ପୌର ନିର୍ବାଚନରେ ବି ବିଜେଡିର ବାଜିମାତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳାଫଳା ଆସି ସାରିଛି । ବିଜେଡି ପଞ୍ଚାୟତ ପରେ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କକିଛି । ୩ ମହାନଗର ନିହାମର ତିନୋଟି ମେୟର ପଦବୀ ବିଜେଡି ଦଳ ପାଖକୁ ଯାଇଛି | ୧୦୫ଟି ପୌର ପରିଷଦରୁ ୭୩ରେ ବିଜେଡି ୧୬ଟିରେ ବିଜେପି ୭ଟିରେ କଂଗ୍ରେସ ଏବଂ ୯ଟିରେ ସ୍ୱାଧୀନ ସହ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ବିଜେଡିର ବିଜୟ ପରେ ବିଜେଡି କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇଉଠିଛି | ଭୁବନେଶ୍ୱରରେ ବିଜେଡିର ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ୧୬୮୫୧୨ ଖଣ୍ଡ ଭୋଟ୍‌ ପାଇ ଆଗରେ ରହିଛନ୍ତି । ବିଜେପିର ସୁନୀତ ମୁଣ୍ଡ୍‌ ଖବର ଲେଖା ହେବା ବେଳକୁ ୧୦୯୩୪୪ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। କଂଗ୍ରସର ମଧୁମିତା ଆଚାର୍ଯ୍ୟ ୧୦୬୪୭ ଖଣ୍ଡ ଭୋଟ୍‌ ପାଇଛନ୍ତି । ବିଜେଡିର ପ୍ରାର୍ଥିନୀ ସୁଲୋଚନା ଆଗରେ ରହିଛନ୍ତି । ସେହିପରି କଟକ ମହାନଗର ନିଗମରରେ ବିଜେଡିର ସୁବାସ ସିଂ ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ୬୯୫୦୭ ଖଣ୍ଡ ଭୋଟ୍‌ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ କଂଗ୍ରେସର ଗିରିବାଳା ବେହେରା ୪୩୭୪୩ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ, ବିଜେପିର ଶ୍ରୀତମ ଦାସ ୨୪୮୨୧ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳାଇ ବିଜେପିର ପ୍ରାର୍ଥିନୀ ସବିତା ସୁଆରଙ୍କ ଠାରୁ ୨୦୨୮୬ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି |

Breaking News