ରିପୋର୍ଟ କାର୍ଡ / ମୁନିଗୁଡା
ମୁନିଗୁଡାରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଆଜି ରାସ୍ତା କଡରେ ଥିବା ଦୋକାନୀଙ୍କୁ ମୁନିଗୁଡା ପୋଲିସ ପ୍ରଥମ ପର୍ଯ୍ୟାୟରେ ପରିବା ଓ ଫଳ ଦୋକାନୀଙ୍କୁ ଉଠାଇ ନୂତନ ଭାଵେ ନିର୍ମିତ ହାଟପଦାକୁ ସ୍ଥାନାନ୍ତର କରିଛି | ପରେ ମାଛ ଓ ମଟନ, ଚିକିନ ଦୋକାନ ଏହିନୂଆ ହାଟପଦାକୁ ସ୍ଥାନାନ୍ତର ହେବ। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଦୋକାନ ସ୍ଥାନାନ୍ତରିତ ହେବ ଵୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ଜନହିତକର ମହତ୍ଵ କାର୍ଯ୍ୟ କରିବାକୁ ଏସଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଓ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ଙ୍କ ପ୍ରଚେଷ୍ଟାରେ ହୋଇ ଦୋକାନୀ ମାନଙ୍କୁ ସମୟ ଦିଆଯାଇଥିଲା। ସମୟ ସୀମା ଅବଧି ଗତ କାଲି ସରିଯାଇଥିଲେ ମଧ୍ୟ ଦୋକାନୀ ଯାଇନଥିଲେ। ଆଜି ଭୋର୍ ଚାରିଟାରୁ ପୋଲିସ କର୍ମଚାରୀ ଵଜାରରେ ଜଗି ରହି ସମସ୍ତ ଦୋକାନୀଙ୍କୁ ସେମାନଙ୍କ କ୍ରମିକ ନମ୍ବର ଅନୁଯାୟୀ ଦୋକାନ ବସାଇବାକୁ ପଠାଇଥିଲେ ମଧ୍ୟ ଆଇ ଆଇ ସି ଶ୍ରୀମତୀ ସାହୁ ନିଜେ କ୍ଷେତ୍ର ଉପରେ ରହି ସମସ୍ତଙ୍କୁ ଜାଗା ଦେଖାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ଏସ୍ ଆଇ ଚନ୍ଦ୍ରମା ଶବର, ଏସ୍ ଆଇ ଅଶୋକ କୁମାର ବିଶୋଇ, ପୋଲିସ ନିରଞ୍ଜନ ଦାଶ, ଖଗେଶ୍ବର ଦେହୁରୀ, ପଵିତ୍ର ଶବର, ଓ ମହିଳା ହୋମଗାର୍ଡ ପ୍ରଭାତୀ ରାଉଳ ଏହି କାର୍ଯ୍ୟକୁ ସାଧାରଣରେ ସ୍ବାଗତ କରାଯାଇଛି।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..