ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଅଫିସ୍ରେ ଯୁକ୍ତିତର୍କ ଭିତରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ହତ୍ୟା କରିଛି ସିକ୍ୟୁରିଟି ଗାର୍ଡ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୋଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଗତସିଂହପୁର ଜିଲ୍ଲାର ବିଜୟିନୀ ସାହୁ ଭୁବନେଶ୍ୱର ଜିଜିପି କଲୋନୀରେ ରୁହନ୍ତି। ସେ ଏକ ସଂସ୍ଥାରେ ରିସେପନିଷ୍ଟ୍ ଭାବେ ଚାକିରି କରନ୍ତି। ସବୁଦିନ ପରି ଗୁରୁବାର ଅଫିସ୍ ଆସିଥିଲେ ବିଜୟିନୀ। ଅପରାହ୍ନରେ ସେହି ସଂସ୍ଥାରେ କାମ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ଼ ଦରମା ପାଇନଥିବାରୁ ଉତ୍କ୍ଷିପ୍ତ ହୋଇ ଅଫିସ୍ ଆସିଥିଲେ। ସଂସ୍ଥାର ମାଲିକଙ୍କୁ ଦେଖା କରିବା ପାଇଁ ଚାହୁଁଥିଲେ। ମାତ୍ର ବିଜୟିନୀ ତାଙ୍କୁ ଅଟକାଇ ଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ବିଜୟିନୀଙ୍କ ପେଟରେ ଛୁରୀ ଭୁଶି ଦେଇଥିଲେ ସିକ୍ୟୁରିଟି ଗାର୍ଡ଼। ସଂସ୍ଥାର ଅନ୍ୟ କର୍ମଚାରୀମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଜୟିନୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟିନୀଙ୍କ ମୃତ୍ୟୁ ଘଟିଛି। ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….