ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା
ଇଟା ଭାଟି ମାଲିକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତ ମାନେ ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରନାସୀ ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ପାତାପାଟ ଗାଁର ଦୀନେଶ ବୈଦ। ମିଳିଥିବା ସୂଚନା ଅନୁସାରେ-ଦୀନେଶ ଖରନାସୀ ଠାରେ ଇଟାଭାଟି କରି ଇଟା ବ୍ୟବସାୟ କରୁଥିଲେ। ଗତ ରାତିରେ ଭାଟିର କାମ କରୁଥିବା ଶ୍ରମିକଙ୍କ ସହିତ ଭୋଜିର ଆୟୋଜନ କରିଥିଲେ। ଭୋଜି ଖାଇ ରାତିରେ ଘରକୁ ନ ଫେରି ଭାଟିରେ ରହିଥିଲେ। ସକାଳେ ଇଟା ଭାଟି ପରିସରରେ ଦୀନେଶଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଦିନେଶଙ୍କ ପରିବାର ଲୋକ ଓ ପୋଲିସ କୁ ଖବର ଦେଇଥିଲେ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..