ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାମାନ୍ୟ ଟଙ୍କା ପାଇଁ ସାଙ୍ଗକୁ କାଟି ଖଣ୍ଡ ଖଣ୍ଡ କରିଦେଲେ ଦୁଇ ଅଭିଯୁକ୍ତ। ଧରା ନପଡ଼ିବା ପାଇଁ ମୃତଦେହକୁ ୪୯ଖଣ୍ଡ କରି ଅଫିସ ବାହାରେ ଅଭିଯୁକ୍ତମାନେ ପୋତି ଦେଇଥିଥିଲେ | ଏହି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ହାପୁଡ଼ରେ । ୩ଦିନ ଧରି ନିଖୋଜ ଥିବା ଇରଫାନଙ୍କୁ ଖୋଜୁଥିବା ବେଳେ ଇରଫାନର ବନ୍ଧୁ ମଜିଦ ଏବଂ ରାଗିବଙ୍କୁ ସନ୍ଦେହ କରିଥିଲା ପୋଲିସ। ଦୁହିିଁଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ପରେ ପ୍ରଥମେ ଦୁହେଁ ଦୋଷ ସ୍ବୀକାର କରିନଥିବା ବେଳେ ପରେ ଦୁହେଁ ସବୁ ଦୋଷ ମାନି ନେଇଥିଲେ। ଦୁହେଁ ଟଙ୍କା ପାଇଁ ଇରଫାନଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ କହିଥିଲେ। ପୋଲିସର କହିବା ମୁତାବକ, ମାର୍ଚ୍ଚ ୧୮ରେ ହୋଲି ଥିବାରୁ ସମସ୍ତ ସାଙ୍ଗ ଏକାଠି ଥିଲେ ଏବଂ ସମସ୍ତେ ମଦ୍ୟପାନ କରିଥିଲେ। ଏହି ସମୟରେ ଇରଫାନ ଘର ବିକ୍ରି କରି ପାଖରେ ୭ଲକ୍ଷ ଟଙ୍କା ରଖିଥିବା ବିଷୟରେ ଜାଣିବାକୁ ପାଇଥିଲେ ଦୁଇ ଅଭିଯୁକ୍ତ । ଏହା ଜାଣିବା ପରେ ଟଙ୍କା ହଡ଼ପ କରିବା ପାଇଁ ଦୁହେଁ ମିଶି ଇରଫାନକୁ ହତ୍ୟା କରିଥିଲେ। ଏହା ପରେ ଇରଫାନକୁ ଖଣ୍ଡ ଖଣ୍ଡ କରି ୪୯ ଖଣ୍ଡ କରିବା ପରେ କାମ କରୁଥିବା ଅଫିସ ବାହାରେ ପୋତି ଦେଇଥିଲେ। ୩ଦିନ ଧରି ଇରଫାନ ଘରକୁ ନଯିବାରୁ ତାଙ୍କ ଭାଇ ଇମ୍ରାନ ପୋଲିସ ରେ ଏନେଇ ଅଭିଯୋଗ କରିଥିଲେ ଏବଂ ଇରଫାନଙ୍କ ଦୁଇ ସାଙ୍ଗ ମଜିଦ ଓ ରାଗିବଙ୍କ ଉପରେ ସନ୍ଦେହ ଥିବା କହିଥିଲେ। ଏହା ପରେ ପୁଲିସ ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରିଥିଲା।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..