ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବିଭତ୍ସ ହତ୍ୟା ହୋଇଛି। କ୍ଷତବିକ୍ଷତ ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ଭୁବନେଶ୍ୱର ଲୋୟର ପିଏମ୍ଜି ଛକ ନିକଟରେ ଥିବା ଏକ ଏଟିଏମ୍ ସାମ୍ନାରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା ।ସ୍ୱମୀଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ବେଳେ ପତ୍ନୀ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଏନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏବେ ଯାଏଁ ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଛି । ତେବେ କିଏ ଓ କାହିଁକି ଏପରି ହତ୍ୟା କାଣ୍ଡ ଭିଆଇଲା । ସେନେଇ ପୋଲିସ ଛାନ୍ଭିନ୍ କରୁଛି ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..