ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବିଭତ୍ସ ହତ୍ୟା ହୋଇଛି। କ୍ଷତବିକ୍ଷତ ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ଭୁବନେଶ୍ୱର ଲୋୟର ପିଏମ୍ଜି ଛକ ନିକଟରେ ଥିବା ଏକ ଏଟିଏମ୍ ସାମ୍ନାରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା ।ସ୍ୱମୀଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ବେଳେ ପତ୍ନୀ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଏନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏବେ ଯାଏଁ ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଛି । ତେବେ କିଏ ଓ କାହିଁକି ଏପରି ହତ୍ୟା କାଣ୍ଡ ଭିଆଇଲା । ସେନେଇ ପୋଲିସ ଛାନ୍ଭିନ୍ କରୁଛି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..