Report Card Odisha

| Daily Odia News

ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ବାଚସ୍ପତି ଭାଜପା ବିଧାୟକଙ୍କ ସହ ପକ୍ଷପାତପୂର୍ଣ୍ଣ ବ୍ୟବହାର କରୁଥିବା ଅଭିଯୋଗ କରି ସେ କହିଛନ୍ତି, ଗତ ୪/୫ ଦିନ ଧରି ତାମୁଲୁକ ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳରେ ହିନ୍ଦୁ ମନ୍ଦିରଗୁଡ଼ିକୁ ଆକ୍ରମଣ କରାଯିବା ସହ ମୂର୍ତ୍ତି ଭାଙ୍ଗିବା ପରି ଘଟଣା ସାମ୍‌ନାକୁ ଆସିଛି। ଏହି ଘଟଣାଗୁଡ଼ିକୁ ନେଇ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ଗିରଫଦାରି ହୋଇନାହିଁ। ଟିଏମ୍‌ସିର ମୁସଲମାନ ବିଧାୟକଙ୍କ ପ୍ରରୋଚନାରେ ହିନ୍ଦୁଙ୍କ ଦୋକାନ ଉପରେ ନିଅଁା ଲଗାଯିବା ସହ ସେମାନଙ୍କୁ ଲୁଣ୍ଠନ କରାଯାଉଛି। ହିନ୍ଦୁ ବିରୋଧୀ ଆକ୍ରମଣ ଘଟଣାଗୁଡ଼ିକୁ ରାଜ୍ୟର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର ପ୍ରଶ୍ରୟ ଦେଉଛନ୍ତି।ତେଣୁ ରାଜ୍ୟରେ ଭାଜପା ସରକାର ଆସିବା ପରେ ଟିଏମ୍‌ସିର ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦିଆଯିବ। ଶୁଭେନ୍ଦୁଙ୍କର ଏହି ମନ୍ତବ୍ୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦା କରିଛନ୍ତି। ଏହା ଭାଜପାର ନକଲି ହିନ୍ଦୁତ୍ୱ ରାଜନୀତୀକୁ ଦର୍ଶାଉଥିବା ସେ କହିଛନ୍ତି। ପଶ୍ଚିମବଙ୍ଗର ଲୋକେ ଏପରି ରାଜନୀତିକୁ ଗ୍ରହଣ କରିବେ ନାହିଁ ବୋଲି ମମତା କହିଛନ୍ତି।

Breaking News