ରିପୋର୍ଟ କାର୍ଡ / ନୟାଗଡ଼
ଭିଜିଲାନ୍ସ ଜାଲରେ ମଟର ଯାନ ନିରକ୍ଷଣ ଅଧିକାରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ MVI ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପଞ୍ଚାନନଙ୍କ ପୈତୃକ ଘର ସମେତ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ପଞ୍ଚାନନଙ୍କ ନୟାଗଡ଼ ସ୍ଥିତ କାର୍ଯ୍ୟାଳୟ, ଭଡ଼ା ଘର ସମେତ ଭୁବନେଶ୍ୱର ଶୈଳଶ୍ରୀବିହାର ସ୍ଥିତ କୋଠା, ପାଣ୍ଡରା ସ୍ଥିତ ଘର, କଟକ ସାଲେପୁରର ପୈତୃକ ଘରେ ଚଢ଼ାଉ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଓ ଭୁବନେଶ୍ୱର ପାଣ୍ଡରାରେ ଥିବା ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ୬ଜଣ ଭିଜିଲାନ୍ସ ଡିଏସପି, ୩ଜଣ ଇନସପେକ୍ଟର, ୮ଜଣ ଏଏସଆଇ ଓ ଅନ୍ୟାନ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ପଞ୍ଚାନନ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ସକାଳେ ପଞ୍ଚାନନଙ୍କ ଘରେ ଚଢ଼ାଉ କରିଥିଲା।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..