ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାକୁ ଏମ୍ପି ଅପରାଜିତା ଷଡ଼ଙ୍ଗୀ ବିରୋଧ କରି ଆସୁଥିବା ବେଳେ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଭୁଲ୍କୁ ଭୁଲ୍ କହିବା ପାଇଁ ସତ୍ସାହସ ଦରକାର। ମୋ ପୁଅ ଏଭଳି ଭୁଲ୍ କରିଥିଲେ, ପୋଲିସକୁ ଡକାଇ ଗିରଫ କରାଇଥାନ୍ତି। ସରକାରୀ କର୍ମଚାରୀ ହୁଅନ୍ତୁ କିମ୍ବା ଯେ କେହି ବି ହୁଅନ୍ତୁ ଯେଭଳି ଦୁର୍ବ୍ୟବହାର କରାଗଲା ତାହା ଉଚିତ ନ ଥିଲା। ଜଗନ୍ନାଥ ପ୍ରଧାନ ମୋର ସହକର୍ମୀ ଅଛନ୍ତି। ସେ ଜଣେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା। ଏହା ତାଙ୍କ ପକ୍ଷରୁ ଭୁଲ୍ ହୋଇଛି, ସମସ୍ତଙ୍କୁ ମାନିବାକୁ ପଡ଼ିବ। ମୁଁ ଦୁଃଖିତ, ସେ ଜେଲରେ ଅଛନ୍ତି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..