ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ସରକାର । ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୯ର ସଂଶୋଧନ ଆଇନ ମଧ୍ୟ ପାରିତ ହୋଇଛି । ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହକରେ ୪୮ଘଣ୍ଟାରୁ ଅଧିକ କାମ କରିଲେ ଓଭରଟାଇମ୍ ମିଳିବ । ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ ।ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ । ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହାସହିତ ଘଟଗାଁ ତାରିଣୀ ପୀଠର ପାରିପାଶ୍ୱିର୍କ ବିକାଶ ପାଇଁ ୨୨୬ କୋଟି ମଞ୍ଜୁରୀ କରାଯାଇଛି । ୫୯ଏକର ଜମିକୁ ନେଇ ପାରିପାଶ୍ୱିର୍କ ବିକାଶ ପାଇଁ ଡିଆରପି ପ୍ରସ୍ତୁତ ହେବ ।
More Stories
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..
ହାତୀଙ୍କ ପାଇଁ ଘର ତିଆରିବେ ସରକାର……