ରିପୋର୍ଟ କାର୍ଡ / ଝାରସୁଗୁଡା
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ସାମ୍ନାକୁ ଆସିଛି ନୂଆ ତଥ୍ୟ । ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଲେଖିଥିବା ହାତଲେଖା ଚିଠି ପାଇଖାନା ଟାଙ୍କିରୁ ମିଳିଛି। ୧୨ ଖଣ୍ଡର ହାତ ଲେଖା କାଗଜ ଝାରସୁଗୁଡ଼ା ବିମାନବନ୍ଦର ଥାନାର ସେଫ୍ଟଟି ଟାଙ୍କିରୁ ମିଳିଥିବା ସୂଚନା ମିଳିଛି। ଗୋପାଳ ନିଜେ ଏହି ଚିଠି ଲେଖିଥିବା ମାନିଛି। ନାଲି ରଙ୍ଗରେ ଏହି ଚିଠି ଲେଖାଯାଇଛି। ଇଂରାଜୀ ଏବଂ ଓଡ଼ିଆରେ ଏସବୁ ଲେଖାଯାଇଛି। ତେବେ ଚିଠିରେ କ’ଣ ଉଲ୍ଲେଖ ରହିଛି ତାହା ଜଣାପଡ଼ିନାହିଁ। ଗତକାଲି କ୍ରାଇମବ୍ରାଞ୍ଚ ଗୋପାଳକୁ ଜେରା କରିବା ବେଳେ ସତ ମାନିଥିଲା । ସେ ନବଦାସଙ୍କୁ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଏକ ଚିଠି ଲେଖିଥିବା କ୍ରାଇମବ୍ରାଞ୍ଚ ଆଗରେ କହିଥିଲା। ସେ ଚିଠିକୁ ସେ ଝାରସୁଗୁଡ଼ା ବିମାନବନ୍ଦର ଥାନାର ସେଫ୍ଟଟି ଟ୍ୟାଙ୍କିରେ ଫ୍ଲସ୍ କରି ଦେଇଥିବା କହିଥିଲା।।
ଏହି ଚିଠିକୁ ଖୋଜିବାକୁ ଏଡିଜି ଅରୁଣ ବୋଥ୍ରା, ସମ୍ବଲପୁର ଆଇଜି ଅରୁଣ କୁମାର, ଝାରସୁଗୁଡା ଏସ୍ପିଙ୍କ ସମେତ ପୋଲିସ ଟିମ୍ ଗତକାଳଇ ରାତିରେ ମିଡ୍ ନାଇଟ୍ ଅପରେସନ କରିଥିଲେ। ଗତକାଲି ରାତିରେ ସଫେଇ କର୍ମଚାରୀଙ୍କୁ ଡାକି ପାଇଖାନା ଟାଙ୍କି ଖୋଲାଯାଇଥିଲା। ୩ ଘଣ୍ଟା ଧରି ସେଫ୍ଟଟି ଟ୍ୟାଙ୍କିକୁ ଖୋଲି କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିଥିଲା।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..