Report Card Odisha

| Daily Odia News

ନବରଙ୍ଗପୁର ବ୍ୟାପିଲା ଝାଡ଼ାବାନ୍ତି…..

ରିପୋର୍ଟ କାର୍ଡ / ନବରଙ୍ଗପୁର

ରାଜ୍ୟରେ ଜିଲ୍ଲାକୁ ଜିଲ୍ଲା ମାଡ଼ୁଛି ଝାଡ଼ାବାନ୍ତି | ନବରଙ୍ଗପୁର ଜିଲ୍ଲା କୁ ବ୍ୟାପିଛି ଝାଡ଼ାବାନ୍ତି । ଏହାକୁ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଲୋକମାନେ ଆତଙ୍କ ଭିତରେ ରହିଛନ୍ତି । ତେବେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଇଦଲପୁର ପଞ୍ଚାୟତର ତୁଳସୀପଦର ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣରୁ ଅଧିକ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ମୃତକ ଜଣଙ୍କ ହେଲେ ୬୦ ବର୍ଷ ବୟସ୍କା ବୃଦ୍ଧା ରହି ସାନ୍ତା । ଗାଁରେ ପହଞ୍ଚି ସ୍ବାସ୍ଥ୍ୟ ବିଭାଗର ଟିମ୍ ଝାଡ଼ାବାନ୍ତି ବ୍ୟାପିବାର କାରଣ ଖୋଜୁଛି । ତୁଳସୀପଦର ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛି ମେଡ଼ିକାଲ ଟିମ୍ ।

Breaking News