ରିପୋର୍ଟ କାର୍ଡ / ନବରଙ୍ଗପୁର
ନଦୀରେ ବୁଡି ଦୁଇ ନାବାଳିକା ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଗବାଗୁଡ଼ା ଗାଁରୁ ଆସିଛି ଏପରି ଦୁଃଖଦ ଘଟଣା । ମୃତକଙ୍କ ନାମ ହେମାଗ୍ନି ଗୋପାଳ ଓ ଲୁପେନ୍ଦ୍ରୀ ଗୋପାଳ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗବାଗୁଡ଼ା ଗାଁର ସତୀଘାଟ ନଦୀକୁ ଦୁଇ ଜଣ ନାବାଳିକା ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଦୁଇ ଜଣ ନାବାଳିକ ପାଣିରେ ଭାସିଯାଇଥିଲେ । ଗ୍ରାମବାସୀମାନେ ଏହା ଦେଖି ତୁରନ୍ତ ନଦୀକୁ ଡେଇଁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇସାରିଥିଲା । ଉଭୟ ଗବାଗୁଡ଼ା ଗାଁର ବୋଲି ଜଣାପଡିଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….