Report Card Odisha

| Daily Odia News

କଂଗ୍ରେସ ଛାଡିଲେ ନବୀନ ଦାସ ଓ ସରୋଜ ପଟ୍ଟନାୟକ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଝଟକା | କଂଗ୍ରେସ ଛାଡିଛନ୍ତି ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ । ତାଙ୍କ ସହିତ ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ସରୋଜ ପଟ୍ଟନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଉଭୟେ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପାଇଁ ଦଳ ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି । ଓଡିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟରେ ବୀତସ୍ପୃହ ହୋଇ ଦଳ ଛାଡିଲେ ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ନବୀନ ଦାସ । ଏକ ପ୍ରେସମିଟ୍ ଡାକି ଓଡିଶା ପିସିସି ସଭାପତିଙ୍କ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଉଭୟେ କେଉଁ ଦଳକୁ ଯିବେ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ଏହି ପ୍ରେସମିଟରେ କଂଗ୍ରେସର ସଦର ବ୍ଲକ ସଭାପତି ଅଖିଳ ମୋହନ ଖୁଣ୍ଟିଆ ଓ ଓଡ଼ପଡା ବ୍ଲକ ସଭାପତି ପ୍ରମୋଦ ନାୟକ ସାମିଲ ଥିଲେ । ସେମାନେ ଇସ୍ତଫା ଦେଇଥିବା ପୂର୍ବତନ ଡିସିସି ସଭାପତି ସରୋଜ ପଟ୍ଟନାୟକ ପ୍ରେସମିଟରେ ସୂଚନା ଦେଇଥିଲେ ମଧ୍ୟ ତାଙ୍କର ଇସ୍ତଫା ପତ୍ର ହସ୍ତଗତ ହୋଇନାହିଁ ।

Breaking News