ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ନଭେମ୍ବରରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ସେଠାରେ କର୍ମୀ ସମ୍ମିଳନୀ, ସଭା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ, ଶ୍ରୀ ପଟ୍ଟନାୟକ ହେଉଛନ୍ତି ଲୋକଙ୍କ ନେତା। ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝିବେ। ଜନସାଧାରଣଙ୍କ ସାଥୀରେ ଯୋଡ଼ି ହେବା ପାଇଁ ବିଭିନ୍ନ ଜିଲା ଗସ୍ତ କରିବେ। ସଙ୍ଗଠନ ଓ କର୍ମୀଙ୍କୁ ସକ୍ରିୟ କରିବାକୁ ପରାମର୍ଶ ଦେବେ। ନବୀନ ଲୋକଙ୍କ ହୃଦୟରେ ଅଛନ୍ତି। ସେ ସବୁବେଳେ ଓଡ଼ିଶାର ବିକାଶ ପାଇଁ କାମ କରୁଛନ୍ତି।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..