Report Card Odisha

| Daily Odia News

ନଦୀରୁ ଭାସୁଛି ୫୦ ମୃତଦେହ…

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନଦୀରେ ଭାସୁଛି ୫୦ ମୃତଦେହ । ଦେଖିବାକୁ ମିଳିଛି କାହା ଦେହରେ ଗୁଳି ବାଜିଛି ତ ଆଉ କାହା ହାତ-ଗୋଡ଼ ବନ୍ଧା ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁଦାନ ଅଞ୍ଚଳରେ । ସୁଦାନ କସାଳା ପ୍ରଗଣାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଇଥୋପିଆର ଟିଗାର ଅଞ୍ଚଳ ସହିତ ଲାଗିଥିବା ଯୁଦ୍ଧ କାରଣରୁ ଏହି ମୃତଦେହ ଗୁଡ଼ିକୁ ନଦୀରେ ଭସାଇ ଦିଆଯାଇଥିବା ସନ୍ଦେହ କରାଯାଉଛି । ଏହି ସ୍ଥାନରୁ ହୁଏତ ଅଧିବାସୀ ପଳାୟନ କରୁଥିବା ବେଳେ ସେମାନଙ୍କୁ ଗୁଳି ମାରି ନଦୀକୁ ଫୋପାଡ଼ି ଦିଆଯାଉଛି । ଅଥବା ସେମାନଙ୍କ ହାତ ଗୋଡ଼ ବାନ୍ଧି ନଦୀରେ ଭସାଇ ଦିଆଯାଉଛି । ଗତ ସପ୍ତାହରୁ ଏପରି ମୃତଦେହ ନଦୀରେ ଦେଖିବାକୁ ମିଳୁଛି । ଆଧିକାରୀକ ସ୍ତରରେ ଏଥିପାଇଁ ଫରେନ୍ସିକ୍‌ ତଦନ୍ତ ଆବଶ୍ୟକ ବୋଲି କୁହାଯାଇଛି । ଯାହାକି ମୃତଦେହ ଗୁଡ଼ିକ କେଉଁଠୁ ଆସୁଛି ଏବଂ କଣ ପାଇଁ ନଦୀରେ ଭସାଇ ଦିଆଯାଉଛି ସେ ବିଷୟରେ ଜାଣିବାରେ ସହାୟକ ହେବ | ଇଥୋପିଆନ୍‌ର ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ ସୁଦାନ ବର୍ଡରରେ ଥିବା ଗୋଷ୍ଠୀ କେନ୍ଦ୍ରରୁ ନିଶ୍ଚିତ କରିଛନ୍ତି ଯେ, ଏହି ମୃତଦେହ ଗୁଡ଼ିକ ସେଟିଟ୍‌ ନଦୀରୁ ମିଳିଛି । ଏହି ନଦୀ ସୀମା ବିବାଦ ଥିବା ବିଭିନ୍ନ ଅଞ୍ଚଳ ଦେଇ ପ୍ରବାହିତ ହେଉଛି । ଯାହା ଫଳରେ ସେନା ସହ ଯୁଦ୍ଧ ସମୟରେ ଏପରି ମୃତଦେହ ଗୁଡ଼ିକୁ ଭସାଇ ଦିଆଯାଉଥିବା ଅନୁମାନ କରାଯାଉଛି ।

Breaking News