ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଉଥ୍ ଷ୍ଟାର୍ ନାଗା ଚୈତନ୍ୟ ଏବଂ ସାମନ୍ଥା ପରସ୍ପରକୁ ଛାଡ ପତ୍ର ଦେଇ ଅଲଗା ରହୁଛନ୍ତି। ପାରବାରିକ ସମସ୍ୟା ପାଇଁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଗତ କିଛି ମାସ ତଳେ ଏହି ଖବର ଆସିବା ପରେ ନିରାଶ ହୋଇଥିଲେ ଫ୍ୟାନ୍ସ। ନାଗା ଚୈତନ୍ୟ ଏବଂ ସାମନ୍ଥାଙ୍କୁ ଏକାଠି ଦେଖିବାକୁ ପସନ୍ଦ କରୁଥିବା ଲୋକେ ନିରାଶ ହୋଇଥିଲେ। ପରସ୍ପରଠୁ ଅଲଗା ହେବା ଖବର ସାମନ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ। ଏବେ କିନ୍ତୁ ଆଉ ଜଣେ ଅଭିନେତ୍ରୀଙ୍କ ସହ ନାଗା ଚୈତନ୍ୟ ନୂଆ ଲଭ୍ ଲାଇଫ୍ ଆରମ୍ଭ କରବିକୁ ଯାଉଥିବା ଶୁଣିବାକୁ ମିଳୁଛି। ନାଗା ଚୈତନ୍ୟ ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳୁଛି।

ସୋଭିତାଙ୍କ ସହ ତାଙ୍କୁ ନୂଆ ଘରେ ଦେଖିବାକୁ ମିଳିଛି। ଏଥି ସହ ଅନେକ ସମୟରେ ହୁହିଁଙ୍କୁ ବାହାରେ ଡିନରରେ ଯିବାର ମଧ୍ୟ ଦେଖିବାକୁ ମିଳିଛି। ହିନ୍ଦୀ ମାଲାୟଲାମ୍ ଏବଂ ତେଲଗୁ ପିଲ୍ମରେ ଅଭିନୟ କରିଛନ୍ତି ସୋଭିତା। ଫେମିନା ମିସ୍ ଇଣ୍ଡିଆ ଅର୍ଥ ୨୦୧୩ ଟାଇଟେଲ୍ ଜିତିଛନ୍ତି ସୋଭିତା। ୨୦୧୭ ମସିହାରେ ଅକ୍ଟୋବର ୬ ତାରିଖରେ ବିବାହ କରିଥିଲେ ନାଗା ଚୈତନ୍ୟ ଏବଂ ସାମନ୍ଥା। ଏହି ବିବାହରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବହୁ ଜାକଚମକରେ ଆୟୋଜିତ ହୋଇଥିବା ଦୁହିଁଙ୍କ ବିବାହ ସେ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..