Report Card Odisha

| Daily Odia News

ଦୁର୍ଭିକ୍ଷ ଯୋଗୁଁ ମାରି ଖାଇଗଲେ ୧୫୦ ବଣ୍ୟଜନ୍ତୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫ୍ରିକୀୟ ଦେଶ ନାମିବ୍ୟା ଗତ କିଛି ବର୍ଷ ହେଲା ସ୍ବଳ୍ପବୃଷ୍ଟି ଯୋଗୁଁ ଅକାଳ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛି । ଲୋକମାନେ ଭୋକ ଓପାସରେ ମୃତ୍ୟୁବରଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାର ବଣ୍ୟଜନ୍ତୁମାନଙ୍କୁ ମାରି ଖାଇଯିବାକୁ ଅନୁମତି ଦେଇଛନ୍ତି । ଏହା ପରେ ନାମିବ୍ୟା ହାତୀ, ଜେବ୍ରା ଓ ହିପୋପୋଟାମାସ୍ ସମେତ ୭୦୦ରୁ ଅଧିକ ବନ୍ୟଜନ୍ତୁଙ୍କୁ ମାରିବାକୁ ଯୋଜନା କରୁଛି। ଏହି ପଶୁମାନଙ୍କ ମାଂସକୁ ଲୋକଙ୍କୁ ବଣ୍ଟନ କରିବ ବୋଲି ସେଠାକାର ସରକାର କହିଛନ୍ତି। ନାମିବିଆର ପରିବେଶ, ଜଙ୍ଗଲ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ସୋମବାର ଘୋଷଣା କରିଛି ଯେ ମରାଯିବାକୁ ଚିହ୍ନଟ ହୋଇଥିବା ପଶୁମାନଙ୍କ ମଧ୍ୟରେ ୮୩ଟି ହାତୀ, ୩୦ଟି ଜଳହସ୍ତୀ, ୬୦ଟି ମଇଁଷି, ୫୦ଟି ଇମ୍ପାଲା ହରିଣ ଏବଂ ୧୦୦ଟି ନୀଳ ବନ୍ୟଜନ୍ତୁ ଓ ୩୦୦ଟି ଜେବ୍ରା ଅଛନ୍ତି। ଇତିମଧ୍ୟରେ ପ୍ରାୟ ୧୫୦ ହାତୀ ଓ ଅନ୍ୟ ପଶୁଙ୍କ ମାରି ସେମାନଙ୍କ ମାଂସ ବଣ୍ଟନ ହୋଇସାରିଛି । ନାମିବିଆର ପରିବେଶ, ଜଙ୍ଗଲ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ସୋମବାର ଘୋଷଣା କରିଛି ଯେ ମରାଯିବାକୁ ଚିହ୍ନଟ ହୋଇଥିବା ପଶୁମାନଙ୍କ ମଧ୍ୟରେ ୮୩ଟି ହାତୀ, ୩୦ଟି ଜଳହସ୍ତୀ, ୬୦ଟି ମଇଁଷି, ୫୦ଟି ଇମ୍ପାଲା ହରିଣ ଏବଂ ୧୦୦ଟି ନୀଳ ବନ୍ୟଜନ୍ତୁ ଓ ୩୦୦ଟି ଜେବ୍ରା ଅଛନ୍ତି। ଇତିମଧ୍ୟରେ ପ୍ରାୟ ୧୫୦ ହାତୀ ଓ ଅନ୍ୟ ପଶୁଙ୍କ ମାରି ସେମାନଙ୍କ ମାଂସ ବଣ୍ଟନ ହୋଇସାରିଛି । ନାମିବ୍ୟା ଏବେ ଗତ ୧୦୦ ବର୍ଷର ଇତିହାସରେ ସବୁଠାରୁ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଛି। ଫଳରେ ଏଠାକାର ଲୋକେ ଭୋକ ଉପାସରେ ପହଞ୍ଚିଛନ୍ତି। ଏହି ଦେଶର ନାଗରିକଙ୍କ ପାଖରେ ଦୁଇ ଥର ଖାଇବାକୁ ଦେବା ପାଇଁ ଖାଦ୍ୟଶସ୍ୟ ନାହିଁ । ଏଭଳି ସ୍ଥିତିରେ ଲୋକମାନେ ଯେପରି ଭୋକ ମେଣ୍ଟାଇପାରିବେ ସେଥିପାଇଁ ସରକାର ଏହି ପଶୁମାନଙ୍କୁ ମାରି ସେମାନଙ୍କ ମାଂସ ଲୋକଙ୍କ ମଧ୍ୟରେ ବଣ୍ଟନ କରିବାକୁ ଯୋଜନା କରୁଛନ୍ତି। ଅନ୍ୟପକ୍ଷରେ ନାମିବ୍ୟା ସରକାରଙ୍କ ଏହି ପଦକ୍ଷେପକୁ ପଶୁ ଅଧିକାର ପାଇଁ ଲଢୁଥିବା ସଂଗଠନ ପେଟା ସମାଲୋଚନା କରିଛି । ସେହିପରି ଭାରତୀୟ ଶିଳ୍ପପତ ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନିଙ୍କ ସଂସ୍ଥା ବନତାରା ଏସବୁ ପଶୁଙ୍କ ସୁରକ୍ଷା ପାଇଁ ନାମିବ୍ୟା ସରକାରଙ୍କୁ ପତ୍ର ଲେଖିଛି । ଏହି ପଶୁଙ୍କ ଜୀବନ ବଦଳରେ ମାନବୀୟ ସହାୟତା ପାଇଁ ଏହି ସଂଗଠନ ପ୍ରସ୍ତାବ ଦେଇଛି ।

Breaking News