ରିପୋର୍ଟ କାର୍ଡ / ଭୁବନେଶ୍ୱର
ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ନନ୍ଦନକାନନରେ ଆକ୍ରମଣ ହୋଇଛି । ପର୍ଯ୍ୟଟକ ଏବଂ ବସ୍ ସଫାରି କର୍ମଚାରୀ ବାଡିଆ ବାଡି ହୋଇଛନ୍ତି । ପର୍ଯ୍ୟଟକମାନଙ୍କୁ କର୍ମଚାରୀମାନେ ଗୋଡଇ ଗୋଡଇ ପିଟୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ବସ୍ ଟିକେଟକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ଛତିଶଗଡ଼ରୁ ଆସିଥିବା ୩ ପର୍ଯ୍ୟଟକ ଆହତ ହୋଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଖବର ପାଇ ନନ୍ଦନକାନନ ଡେପୁଟି ନିର୍ଦ୍ଦେଶକ ଏହି ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ରେଞ୍ଜ ସୁରକ୍ଷା ଅଧିକାରୀଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ପ୍ରାଥମିକ ସୂଚନା ଅନୁସାରେ ଛତିଶଗଡ଼ର ୨୬ ଜଣ ପର୍ଯ୍ୟଟକ ବସ୍ ଟିକେଟ ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ । ଏହି ସମୟରେ ତାଙ୍କ ପଛରେ ଥିବା ଯାତ୍ରୀ ବସ୍ ରେ ବସିଥିଲେ । ଏହା ଦେଖି ସେମାନେ ମଧ୍ୟ ବସ୍ ରେ ବସିବାକୁ ଯାଇଥିଲେ । କିନ୍ତୁ ବସ୍ କର୍ମଚାରୀ ତାଙ୍କୁ ଅଟକାଇ ଥିଲେ । ତେବେ ସମୟ ହୋଇଯାଇଥିବାରୁ ଟିକେଟ୍ କାଉଣ୍ଟର ମଧ୍ୟ ବନ୍ଦ ହୋଇଯାଇଥିଲା । ଏହା ପରେ ପର୍ଯ୍ୟଟକ ଏବଂ ବସ୍ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପ୍ରଥମେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରେ ବାଡିଆ ବଡି ଯାଏ କଥା ଯାଇଥିଲା । ଏଥିରେ ୩ ଜଣ ଛତିଶଗଡ଼ ପର୍ଯ୍ୟଟକ ଆହତ ହୋଇଥିଲେ । ଘଟଣାକୁ ନେଇ ପର୍ଯ୍ୟଟକମାନେ ନନ୍ଦନକାନନ ଥ।ନରେ ଏତଲା ଦେବା ପରେ ବସ୍ କର୍ମଚାରୀମାନେ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ଘଟଣାର ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି । ନନ୍ଦକାନନ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଏଠାରେ ପର୍ଯ୍ୟଟକଙ୍କୁ ମାଡ଼ ହେବା ନେଇ ପ୍ରଶ୍ନ ଉଠିଛି ।






More Stories
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..