ରିପୋର୍ଟ କାର୍ଡ / ଭୁବନେଶ୍ଵର
ଅଗଷ୍ଟ ୧୫ ଦିନ ଖୋଲାରହିବ ନନ୍ଦନକାନନ | କାରଣ ପ୍ରତି ସପ୍ତାହର ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହୁଥିଲା | ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର ପଡୁଥିବାରୁ ଏହି ଦିନ ନନ୍ଦନକାନନ ଖୋଲା ରହିବ। ଏ ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ସରକାରୀ ନିର୍ଦେଶନାମା ଅନୁଯାୟୀ ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ବଡ଼ଦିନ, ନୂଆବର୍ଷ, ଦଶହରା, ରଜ ସଂକ୍ରାନ୍ତି ଆଦି ସୋମବାର ପଡୁଥିଲେ ନନ୍ଦନକାନନ ସେହିଦିନ ଖୋଲା ରହିବ ଏବଂ ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବ। ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର ପଡୁଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ସୋମବାର ଖୋଲା ରହିବ। ତା’ ପରଦିନ ଅର୍ଥାତ୍ ଅଗଷ୍ଟ ୧୬ରେ ମଙ୍ଗଳବାର ଉଭୟ ଉଦ୍ୟାନ ବନ୍ଦ ରହିବ ବୋଲି ସୂଚନା ମିଳିଛି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..