ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାଇଦ୍ରାବାଦରେ ‘ବିଜେପି’ର ବିଶାଳ ଉପସ୍ଥିତିର ମୁକାବିଲା କରିବା ଲାଗି ‘ଟିଏସ୍ଆର୍’ ମଧ୍ୟ ବ୍ୟାପକ ଶକ୍ତି ପ୍ରଦର୍ଶନ ରାଲି ଆୟୋଜନ କରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ‘ବିଜେପି’ ଦୁଇଟି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଉଥିବା ବେଳେ ଶାସକ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଦଳଙ୍କ ପ୍ରାର୍ଥୀ ଶଯବନ୍ତ ସିହ୍ନାଙ୍କ ସମର୍ଥନରେ ଗୋଟାଏ ରାଲି ଆୟୋଜନ କରିଥିବା ସୂଚନା ମିଳିଛି । ବେଗୁମ୍ପେଟ୍ ବିମାନ ବନ୍ଦରରେ ‘ଟିଆର୍ଏସ୍’ ଅଧ୍ୟକ୍ଷ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଯଶବନ୍ତ ସିହ୍ନାଙ୍କୁ ସ୍ବାଗ କରିବେ। ଏହାର ଦୁଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ମଧ୍ୟ ଉକ୍ତ ବିମାନ ବନ୍ଦରରେ ଅବତରଣ କରିବ। ଏହାପରେ କେ. ଚନ୍ଦ୍ରଶେଖର ରାଓ ଏବଂ ଶଯବନ୍ତ ସିହ୍ନା ବିମାନ ବନ୍ଦରରୁ ଜଳ ବିହାର ପର୍ଯ୍ୟନ୍ତ ଗୋଟାଏ ମୋଟର୍ସାଇକେଲ୍ ରାଲିର ନେତୃତ୍ବ ନେବେ। ସେଠାରେ ସିହ୍ନାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରି ସାଧାରଣ ସଭା ଆୟୋଜନ କରାଯାଇଛି। ତେଣୁ, ସହରର ରାସ୍ତାଘାଟରେ ପୋଷ୍ଟର୍ ଲଗା ପ୍ରତିଦ୍ବନ୍ଦ୍ବିତା ଚାଲିଛି। କେନ୍ଦ୍ରର ସଫଳତା ପ୍ରଦର୍ଶନ କରି ‘ବିଜେପି’ ‘କଟ୍ଆଉଟ୍’ ଓ ‘ବ୍ୟାନର୍’ ଲଗାଇଥିବା ବେଳେ ‘ଟିଆର୍ଏସ୍’ ‘କେସିଆର୍’ ଓ ଯଶବନ୍ତ ସିହ୍ନା ଥିବା ପୋଷ୍ଟର୍ ଲଗାଇଛି। ଏହାକୁ ମିଶାଇ ତୃତୀୟ ଥର ପାଇଁ ‘କେସିଆର୍’ ରାଜ୍ୟକୁ ଆଗମନ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାର ପ୍ରଥା ଏଡ଼ାଇଛନ୍ତି। ‘ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜ୍ନେସ୍’ର ବିଂଶତିତମ ବାର୍ଷିକ କାର୍ଯ୍ୟକ୍ରମ ପାଳନରେ ଯୋଗ ଦେବା ପାଇଁ ଗତ ମେ ମାସରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଯାଇଥିବା ବେଳେ ‘କେସିଆର୍’ ବେଙ୍ଗାଲୁରୁ ଚାଲିଯାଇଥିଲେ। ସେହିଭଳି ଫେବ୍ରୁଆରି ମାସରେ ‘ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି’ ଉଦ୍ଘାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଥିବା ବେଳେ ‘କେସିଆର୍’ ତାଙ୍କୁ ସାକ୍ଷାତ କରି ନ ଥିବା ଜଣାପଡିଛି |






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..