ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ରୁଷ ଯୁଦ୍ଧ କୁ ନେଇ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ ପୁତିନଙ୍କ ଚିନ୍ତାଧାରା ଓ ଶାସନ ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଚିନ୍ତାଜନକ ବୋଲି ଉଭୟ ଦେଶର ପ୍ରଧାନ ମନ୍ତ୍ରୀ ପ୍ରକାଶ କରିଥିଲେ । ଏହା ସହ ରୁଷିଆ ବର୍ତ୍ତମାନ ୟୁଏନ ଚାଟର୍ କଥା ବିଚାରକୁ ନେବା ଉଚିତ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆନ୍ତର୍ଜାତୀୟ ନିୟମ ପାଳନ କରି ସମାଧାନ କରିବା ଏକମାତ୍ର ଉପାୟ । ଏହା ସହ ଏହି ଆଲୋଚନାରେ ୟୁକେ ଭାରତର ସଂପର୍କକୁ ଶକ୍ତ କରିବା ପାଇଁ ଆଗକୁ ବାଣିଜ୍ୟ , ସୁରକ୍ଷା , ବ୍ୟବସାୟ ଆଦିକୁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଏହା ସତ୍ୟ ଯେ ୟୁକ୍ରେନ ରୁଷ ଯୁଦ୍ଧ ପରେ ଭାରତକୁ ରୁଷିଆରୁ ଅସ୍ତ୍ରଶସ୍ତ୍ର ଆମଦାନୀରେ ବାଧା ଦେଖାଦେଇଛି । କେବଳ ଭାରତ ନୁହେଁ ଏହିପରି ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ରହିଛନ୍ତି ଯେଉଁମାନେ ପୁତିନକୁ ବିରୋଧ କରୁଛନ୍ତି ,ସେମାନଙ୍କୁ ନୂଆ ଦିଲ୍ଲୀକୁ ଡକାଯାଇଛି ।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
ଜୁନ ୧ରୁ ବଦଳିବ ଏହି ସବୁ ନିୟମ…..