ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ଏକ ମହାମେଣ୍ଟ ଇଣ୍ଡିଆ ଗଠନ କରିଛନ୍ତି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ଅଟକାଇବା ଉଦ୍ଦେଶ୍ୟରେ। ପ୍ରଧାନମନ୍ତ୍ରୀ ମୋଦି ଏନଡିଏ ସହ ଜଡିତ ୩୮ ଟି ରାଜନୈତିକ ଦଳର ନେତାଙ୍କୁ ସମ୍ବୋଧିତ କରିସାରିଛନ୍ତି। ଯେଉଁଥିରେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ଏକ ବଡ଼ ବିଜୟ ପାଇଁ ନିବେଦନ କରିଛନ୍ତି। ଏହା ସହିତ ଏନଡିଏ ଏମପିଙ୍କୁ ମୋଦି ୫ଟି ମନ୍ତ୍ର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେବଳ ରାମ ମନ୍ଦିର ଯୋଗୁ ଆପଣଙ୍କୁ ଭୋଟ ମିଳିବ ନାହିଁ। ତେଣୁ ଏହା ସହିତ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ମଧ୍ୟ ଭୋଟରଙ୍କୁ ଅବଗତ କରାଇବା ଜରୁରୀ। ପ୍ରଧାନମନ୍ତ୍ରୀ ମୋଦି ଏମପିମାନଙ୍କୁ ଗରିବଙ୍କ ପାଇଁ କାମ କରିବାକୁ ଏବଂ କେନ୍ଦ୍ର ଆଣିଥିବା ଗରିବ-ପ୍ରୋତ୍ସାହନ ଯୋଜନା ବିଷୟରେ କହିଥିଲେ। ସେ ସାଂସଦମାନଙ୍କୁ କହିଛନ୍ତି ଦାରିଦ୍ର୍ୟତା ହେଉଛି ସବୁଠାରୁ ବଡ ଜାତି। ଉତ୍ତରପ୍ରଦେଶ ଏବଂ ବିହାରରେ ଜାତି ସମ୍ବେଦନଶୀଳତା ବିଷୟରେ ପ୍ରଧାନମନ୍ତ୍ରୀ ଅବଗତ କରାଇଛନ୍ତି। ୟୁପିରେ ପ୍ରଧାନମନ୍ତ୍ରୀ ମୋଦି ସାଂସଦମାନଙ୍କୁ ଜାତି ଭେଦଭାବରୁ ଉପରକୁ ଉଠିବାକୁ କହିଥିଲେ। ବିରୋଧୀ ଦଳର ଫାଇଦା ପାଇଁ ଇଣ୍ଡିଆ ଶବ୍ଦର ବ୍ୟବହାର କରିବା ଆବଶ୍ୟକତା ନାହିଁ। ଏହି ଶବ୍ଦକୁ ଆଇଏନଢିଆଇଏ ଭାବେ କହିବାକୁ ସେ କହିଛନ୍ତି। ନିଜ ଶବ୍ଦ ଉପରେ ନିୟନ୍ତ୍ରଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମାଇକ ସମ୍ମୁଖରେ ବିବାଦୀୟ ପ୍ରସଙ୍ଗରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ କଲ ସେଣ୍ଟର ଏବଂ ସୋସିଆଲ ମିଡିଆ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହେବାକୁ ଏମପିମାନଙ୍କୁ କହିଥିଲେ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..