ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଥମଥର ଜଣେ ମହିଳା ଚନ୍ଦ୍ରକୁ ଯିବେ। ନାସାରେ ମିଶନ ଚନ୍ଦ୍ରରେ ସାମିଲ ହୋଇଛନ୍ତି ଜଣେ ମହିଳା। ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍। ସୋମବାର ନାସା ପକ୍ଷରୁ ଆଟ୍ରେମିସ୍-୨ ମିଶନ ଚନ୍ଦ୍ର ସମ୍ପର୍କରେ ବିସ୍ତୁତ ସୂଚନା ଦିଆଯାଇଛି। ଏହି ମିଶନରେ ସାମିଲ ହେବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଛି। ୪ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଖ୍ରୀଷ୍ଟିନା ରହିଛନ୍ତି। ଏବେ ତାଙ୍କୁ ଆଟ୍ରେମିସ-୨ର ସ୍ପେଶାଲିଷ୍ଟ ଭାବେ ଦାୟିତ୍ୱ ମିଳିଛି। ୨୦୨୪ରେ ନାସା ପକ୍ଷରୁ ଏହି ମିଶନ୍ ଆରମ୍ଭ ହେବ। ଯେଉଁଥିରେ ଚନ୍ଦ୍ରର କକ୍ଷପଥରେ ମହାକାଶଚାରୀମାନେ ବୁଲିବା ପରେ ପୁଣି ଥରେ ଫେରି ଆସିବେ। ୨୩ ଲକ୍ଷ କିଲୋମିଟରର ଏହି ଆର୍ଟିମିସ୍-୨ ମିଶନ୍ ପାଇଁ ଲାଗିବ ୧୦ ଦିନର ସମୟ। ସମ୍ପୂର୍ଣ୍ଣ ଲାଇଫ୍ ସପୋର୍ଟରେ ସମସ୍ତ ମହାକାଶଚାରୀ ରହିବେ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..