ରିପୋର୍ଟ କାର୍ଡ / କଟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ନେତାଜୀ ବସ୍ ଟର୍ମିନାଲର ଲୋକାର୍ପଣ କରିବେ। ୧୪.୯୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ ପାଇଁ ୯୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଥିରେ ୧୯୦ଟି ବସ୍ ରହିବାର ବ୍ୟବସ୍ଥା କରାଯାଇଛି । ଏହି ବସ୍ ଟର୍ମିନାଲ୍ରେ ୪୦ କିଲୋ ୱାଟ୍ କ୍ଷମତାସମ୍ପନ୍ନ ସୌର ପ୍ୟାନେଲ୍ ସହ ପୁଲିସ୍ ଆଉଟ୍ ପୋଷ୍ଟ, ୩୨ଟି ଦୋକାନ,୯୧ଟି ପରିସ୍ରାଗାର ଏବଂ ସିସିଟିଭି ବ୍ୟବସ୍ଥା କରାଯାଇଛି । ଏଥିରେ ୧ ହଜାର ଲୋକଙ୍କ ଖାଇବା ଭଳି ଆହାର କେନ୍ଦ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହାସହ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହିସବୁ ପ୍ରକଳ୍ପଗୁଡ଼ିକ ପାଇଁ ୫୪୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ନିର୍ମିତ ଲାଇବ୍ରେରୀ କୋଠା, ସ୍ୱାସ୍ଥ୍ୟକେନ୍ଦ୍ର, ଗେଷ୍ଟ ହାଉସ୍ ଓ ଛାତ୍ରୀନିବାସର ଲୋକାର୍ପଣ କରିବେ। ସେହିଭଳି ନରଣପୁରସ୍ଥିତ ହାଉସିଂ ପ୍ରକଳ୍ପର ଲୋକାର୍ପଣ, ସିଲଭର୍ ସିଟି ବୋଟିଂ କ୍ଲବର ଉନ୍ନତୀକରଣ କାର୍ଯ୍ୟର ଉଦ୍ଘାଟନ, ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ, ଫୁଡ୍କୋର୍ଟ, ୱାଟର ସ୍ପୋର୍ଟ୍ସ ଜୋନ୍, ଅର୍ବାନ ହାଟ୍, ରାଣୀହାଟ କ୍ଲକ୍ ଟାୱାର ଆଦିର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ୨୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ ବୋଲି ଜଣାପଡ଼ିଛି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..