Report Card Odisha

| Daily Odia News

ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ନୃତ୍ୟ ମୋହିନୀ-୨୦୨୨ ଉଦ୍‌ଜାପିତ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ଅଗ୍ରଣୀ ନୃତ୍ୟାନୁଷ୍ଠାନ ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ଆନୁକୁଲ୍ୟରେ ୨ୟ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ନୃତ୍ୟ ମୋହିନୀ – ୨୦୨୨ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେ ରର ଉତ୍କଳ ରଂଗମଞ୍ଜ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ତଥା ସଂସ୍କୃତି ବିଭାଗର ସହଯୋଗିତାରେ ଏକାଡେମୀର ସଂପାଦକ ତଥା ମହୋତ୍ସବ ନିର୍ଦ୍ଦେଶକ ନୃତ୍ୟଗୁରୁ ପ୍ରଜ୍ଞା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉଦ୍‌ଘାଟନୀ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ୱାର୍ଡ ନଂ ୧୬ ଏବଂ ୧୪ ର କର୍ପୋରେଟର ଶ୍ରୀ ଅଚ୍ୟୁତାନନ୍ଦ ସ୍ୱାଇଁ ଓ ଶ୍ରୀମତୀ ମୋନାଲିସା ସାହୁ, ସୁନାମଧନ୍ୟ ଯାତ୍ରା ନିର୍ଦ୍ଦେଶକ ଶ୍ରୀ ବୁଲୁ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିବୃନ୍ଦ ମହୋତ୍ସବର ଅନ୍ୟତମ ସହଯୋଗୀ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ଦ୍ୱାରା ପରିବେଷିତ ପାଣ୍ଡୁଲିପି ନାଟକର ମୁଦ୍ରିତ ପୁସ୍ତକ ମଣିଷ ଗଛର ଛାଇକୁ ଲୋକାର୍ପଣ କରିବା ସହ ନୃତ୍ୟ ଓ ସଂଗୀତ ମନୁଷ୍ୟର ଭାବଧାରାର ପରିପ୍ରକାଶ ବୋଲି ମତ ପ୍ରକାଶ କରିଥିଲେ । ଏହା ପରେ ପରେ ଦିନ ତମାମ ରାଜ୍ୟ ତଥା ରାଜ୍ୟ ବାହାରର ୧୫୦ ରୁ ଉର୍ଦ୍ଧ୍ୱ ନୃତ୍ୟ ପ୍ରତିଭା ସେମାନଙ୍କ କଳାନୈପୁଣ୍ୟ ଶାସ୍ତ୍ରୀୟ. ଅର୍ଦ୍ଧଶାସ୍ତ୍ରୀୟ, ଲୋକ ଓ ପାରମ୍ପାରିକ ନୃତ୍ୟ ୫୫ ଟି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଷଣ କରିଥିଲେ । ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ଲକ୍ଷରେ ସମସ୍ତ ପ୍ରତିଯୋଗୀ ତଥା ସେମାନଙ୍କ ମାଗଦର୍ଶକ ଗୁରୁବୃନ୍ଦଙ୍କୁ ପ୍ରତ୍ୟେକ ପ୍ରଦର୍ଶନ ପରେ ପରେ ଉପଢୌକନ, ମାନପତ୍ର, ଫଳକ, ପୁଷ୍ପଗୁଚ୍ଛ ଦିଆଯାଇ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ସଂଧ୍ୟାରେ ଆୟୋଜିତ ଏକ ମନୋରମ ଉଦ୍‌ଯାପନୀ ଉତ୍ସବରେ ସୁନାମଧନ୍ୟ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚ୍ଚୀ ମହାପାତ୍ର, ପୂର୍ବତନ ବିଧାୟକ ତଥା ଓଡିଶା ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ପ୍ରୀୟଦର୍ଶୀ ମିଶ୍ର, ବିଶ୍ୱ ମାନବିକ ଅଧିକାର ସୁରକ୍ଷା ଅନୁଷ୍ଠାନର ଜାତୀୟ ସଭାପତି ଶ୍ରୀ ଅଭିନ୍ନ କୁମାର ହୋତା, ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଡ. ମନୋରଞ୍ଜନ ପ୍ରଧାନ, ଡି.ଏ.ଭି. ସ୍ମୁଲ କଳିଙ୍ଗ ନଗରର ଅଧ୍ୟକ୍ଷ ଶ୍ରୀ ବିପିନ୍ କୁମାର ସାହୁ ପ୍ରମୁଖ ଅତିଥିରୂପେ ଯୋଗଦେଇ ମହୋତ୍ସବର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିବୃନ୍ଦ ଦେଶ ବିଦେଶରେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର କରିଆସୁଥିବା ସୁନାମଧନ୍ୟ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଶ୍ରୀମତୀ ମିନତୀ ପ୍ରଧାନଙ୍କୁ ଉପଢୌକନ, ମାନପତ୍ର, ପୁଷ୍ପଗ୍‌ୁଚ୍ଛ ସହ ସମ୍ମାନ ଜନକ ନୃତ୍ୟ ମୋହିନୀ ସମ୍ମାନ-୨୦୨୨ ପ୍ରଦାନ କରିବା ସହ ଏକାଡେମୀର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ସଭାପତି ଶ୍ରୀ ରଞ୍ଜନ ପ୍ରସାଦ ଦାସ ଓ କର୍ମକ ର୍ାବୃନ୍ଦ, ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସଂପାଦକ ଶ୍ରୀ ବିଶ୍ୱଜିତ୍ ପଟ୍ଟନାୟକ, ସାଂସ୍କୃତିକ ସଂପାଦକ ଶ୍ରୀ ବଟକୃଷ୍ଣ ପଣ୍ଡା, ସଂଘର ଅନ୍ୟାନ୍ୟ କର୍ମକ ର୍ା ଓଡିଶୀ ରିସର୍ଚ୍ଚ ସେ ରର ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏକାଡେମୀ ତରଫରୁ ସମସ୍ତ ଅତିଥି, ପ୍ରତିଯୋଗୀ, ଅଭିଭାବକ, ପ୍ରଯୋଜକ ତଥା ସହଯୋଗୀବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

 

Breaking News