Report Card Odisha

| Daily Odia News

ଇଡ଼ି ରେ ହଜାର ହେବେ ରାହୁଲ୍‌ ଗାନ୍ଧୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅର୍ଥ ହେରଫେର୍‌ ମାମଲାରେ ଜୁନ୍‌ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ପ୍ରତି ସାନି ସମନ୍‌ ଜାରି କରାଯାଇଛି। ପୂର୍ବରୁ ଏହି ମାମଲାରେ ଜୁନ୍‌ ୨ ତାରିଖରେ ଇଡ଼ିରେ ହାଜର ହେବା ପାଇଁ ତାଙ୍କ ପାଖକୁ ନୋଟିସ ପଠାଯାଇଥିଲା । କିନ୍ତୁ,ବିଦେଶ ଗସ୍ତରେ ଥିବା ଦର୍ଶାଇ ସେ ଏଜେନ୍‌ସି ନିକଟରେ ହାଜର ହେବା ପାଇଁ ଅଧିକ ସମୟ ଲୋଡ଼ିଥିଲେ। ଉଲ୍ଲେଖଯୋଗ୍ୟ, ସୋନିଆ ଗାନ୍ଧୀ ଓ ରାହୁଲ୍‌ ଗାନ୍ଧୀ ଜମି ସହ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ପାଣ୍ଠି ଅକ୍ତିଆର କରିଛନ୍ତି ବୋଲି ‘ବିଜେପି’ ସାଂସଦ ସୁବ୍ରମଣିୟାନ୍ ସ୍ବାମୀ ଦିଲ୍ଲୀ ଅଦାଲତରେ ମାମଲା ରୁଜୁ କରିବା ପରେ ‘ନ୍ୟାସ୍‌ନାଲ୍‌‌ ହେରାଲଡ୍‌’ ମାମଲା ଲୋକଲୋଚନକୁ ଆସିଥିଲା। ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ସମନ୍‌ ଜାରି ହୋଇଥିଲା। କନ୍ତୁ, ସେ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବା ସହ ଏକାନ୍ତବାସ କରୁଛନ୍ତି ବୋଲି ଗୁରୁବାର ଦିନ ରିପୋର୍ଟ ଆସିଥିଲା। କିନ୍ତୁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ନିମନ୍ତେ ସେ ତାରିଖ ପରିବର୍ତ୍ତନ ପାଇଁ କୌଣସି ଅନୁରୋଧ କରିନାହାନ୍ତି। ସୂଚନା ଅନୁସାରେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କୋଭିଡ୍‌-୧୯ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଟୁଇଟ୍ କରି ସେ ଲେଖିଛନ୍ତି: ସାମାନ୍ୟ ଲକ୍ଷଣ ସହ ମୁଁ କୋଭିଡ୍‌-୧୯ ପଜିଟିଭ୍‌ ବାହାରିଛି। ସମସ୍ତ ନିୟମ ମାନି ଘରେ ଏକାନ୍ତବାସ କରୁଛି। ଆବଶ୍ୟକ ସମସ୍ତ ସତର୍କତା ଗ୍ରହଣ କରିବା ଲାଗି ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଅନୁରୋଧ।

Breaking News