Report Card Odisha

| Daily Odia News

ନ୍ୟାସନାଲ ହାଇୱେ ସର୍କଲ କାର୍ଯ୍ୟାଳୟ ସିଲ….

ରିପୋର୍ଟ କାର୍ଡ / ସମ୍ବଲପୁର

ସମ୍ବଲପୁର ସ୍ଥିତ ନ୍ୟାସନାଲ ହାଇଓ୍ବେ ସର୍କଲ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାୟଳ ସିଲ ହୋଇଛି। ଏହି କାର୍ଯ୍ୟାଳୟରେ ଥିବା ଆସବାବ ପତ୍ର ସିଲ୍ କରାଯାଇଛି। ସିନିୟର ସିଭିଲ ଜଜ କୋର୍ଟଙ୍କ ନିର୍ଦ୍ଦେଶରେ ଏହା ସିଲ ହୋଇଛି। ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡର ବକେୟା ଟଙ୍କା ନ ଦେବାରୁ ଏହି କାର୍ଯ୍ୟାଳୟକୁ ସିଲ କରାଯାଇଛି। ଗତ ୨୦୦୭ ଓ ୨୦୦୮ ମସିହାରେ କେଉଁଝର ଜାତୀୟ ରାଜପଥର କାର୍ଯ୍ୟ କରାଯାଇଥିଲା, ଯାହାର ବକାୟା ଟଙ୍କା ୭୪ ଲକ୍ଷ ବାକି ରହିଥିଲା। ତେବେ ମୂଳ ଟଙ୍କାକୁ ମିଶାଇ ବର୍ତ୍ତମାନ ପାଖାପାଖି ୧ କୋଟି ୪୨ ଲକ୍ଷ ଟଙ୍କା ବକେୟା ଥିବା ସୂଚନା ମିଳିଛି। ୨୦୦୭-୨୦୦୮ରେ ୪୦୧ ରୁ ୪୧୨ କିଲୋମିଟର ଏନଏଚ ୬ କେନ୍ଦୁଝର ଡିଭିଜନର କାମ ହୋଇଥିଲା। ଏନେଇ ଠିକାଦାର ବାରମ୍ବାର ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଵା ପରେ ୨୦୧୩ରେ ଏନେଇ କୋର୍ଟରେ କେସ କରିଥିଲେ। ଆଜି କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ପରେ ନିର୍ବାହି ଯନ୍ତ୍ରୀଙ୍କ ଅଫିସ ଆସବାବ ପତ୍ର ସିଲ କରାଯାଇଛି।

Breaking News