Report Card Odisha

| Daily Odia News

ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଖଣ୍ଡ ଚାମୋଲିରେ ପୁଣି ପ୍ରକୃତିର ତାଣ୍ଡବ। ବାଦଲଫଟା ବର୍ଷା ଯୋଗୁ ଅନେକ ସ୍ଥାନରେ ହୋଇଛି ଭୂସ୍ଖଳନ। ଏହି ଘଟଣାରେ ୧୦ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି। ଚାମୋଲିର ନନ୍ଦ ନଗର ନିକଟରେ ଘଟିଛି ଅଘଟଣ। ଘଟଣାସ୍ଥଳରେ ମେଡିକାଲ ଟିମ ଓ ଉଦ୍ଧାରକାରୀ ଟିମ ପହଞ୍ଚି ସହାୟତା କରୁଛନ୍ତି। ଘଟଣାସ୍ଥଳରେ ମୁତୟନ ହୋଇଛି ୩ଟି ଆମ୍ବୁଲାନ୍ସ। ଭୂସ୍ଖଳନରେ ୬ଟି କୋଠା ଧରାଶାୟୀ ହୋଇଛି। ଗତକାଲି ରାତିରେ ଏହି ଅଘଟଣ ଘଟିଥିଲା। ଘଟଣାସ୍ଥଳରୁ ୨ ଜଣଙ୍କୁ କୌଣସିମତେ ଉଦ୍ଧାର କରାଯାଇଥିଲା। ତେବେ ୫ ଜଣ ନିଖୋଜ ଅଛନ୍ତି। ସେଠାରେ ବର୍ତ୍ତମାନ ରେସ୍କ୍ୟୁ ଅପରେସନ ଜାରି ରହିଛି। ଆଉ କିଛି ଲୋକ ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି। ଡେରାଡୁନ ଚମ୍ପାବତ ଓ ଉଦ୍ଧମସିଂ ନଗରରେ ରେଡ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୦ ଯାଏ ସ୍ଥାନୀୟ ଅଞ୍ଚଳରେ ବିପତ୍ତି ଲାଗି ରହିବ ବୋଲି ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡରେ ୧୫ ଜଣ ନିଖୋଜ ରହିଛି। ଗତ ପ୍ରାୟ ଏକ ମାସ ଧରି ଉତ୍ତରାଖଣ୍ଡରେ ଖଣ୍ଡପ୍ରଳୟ ଜାରି ରହିଛି। ଶତାଧିକ କୋଠା ଧସିବା ସହ ଅନେକ ରାସ୍ତା ନଷ୍ଟ ହୋଇଛି।

Breaking News