Report Card Odisha

| Daily Odia News

ପାଣ୍ଡିଆନଙ୍କ ପାଇଁ ଓକିଲାତି କଲେ ନବୀନ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜୁ ଜନତା ଦଳରେ ପୂର୍ବତନ ଆଇଏଏସ ତଥା ବିଜେଡିର ପୂର୍ବତନ ସଦସ୍ୟ ଭି କେ ପାଣ୍ଡିଆନଙ୍କୁ ନେଇ ହେଉଥିବା ସମାଲୋଚନା ନେଇ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଦଳୀୟ କାର୍ଯ୍ୟକର୍ତା ଓ କର୍ମୀମାନେ ହୋଟେଲ ଓ ସେହିଭଳି ସ୍ଥାନମାନଙ୍କରେ କରୁଥିବା ବୈଠକକୁ ନବୀନ ନାପସନ୍ଦ କରିଛନ୍ତି। ଭୁବନେଶ୍ୱରରେ ଥିବା ବିଜେଡିର ମୁଖ୍ୟ କାର୍ଯ୍ୟାଳୟରେ ବୈଠକ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଦୁଇଟି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଓ ପିଟିଆଇକୁ ଶ୍ରୀ ପଟ୍ଟନାୟକ କହିଛନ୍ତି, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବେ ବିଜୁ ଜନତା ଦଳରେ ନାହାନ୍ତି। ବହୁ ପୂର୍ବରୁ ସେ ଚିଟଫଣ୍ଡ ଦୁର୍ନୀତିରେ ଜଡିତ ହୋଇ ଜେଲ ଯିବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ବୋଲି ନବୀନ କହିଛନ୍ତି । ସେ କହିଛନ୍ତି, ଭି କେ ପାଣ୍ଡିଆନ ପୂର୍ବରୁ କେବଳ ଓଡିଶା ପାଇଁ ନୁହେଁ ବରଂ ବିଜେଡି ପାଇଁ ମଧ୍ୟ ବହୁ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ସେ କୌଣସି ଦଳୀୟ କାର୍ଯ୍ୟରେ ସାମିଲ ନାହାନ୍ତି । ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର କୌଣସି ଭୂମିକା ନାହିଁ। ତେଣୁ ତାଙ୍କୁ ସମାଲୋଚନା କରାଯିବ ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ପାଣ୍ଡିଆନ ୧୦ ମାସ ପୂର୍ବରୁ ଦଳରୁ ଇସ୍ତଫା ଦେଇସାରିଛନ୍ତି ତେଣୁ ତାଙ୍କ ବିଷୟରେ ସମାଲୋଚନାକୁ ନବୀନ ନାପସନ୍ଦ କରିଛନ୍ତି। ଅନ୍ୟପଟେ ବିଜେଡି ପକ୍ଷରୁ ବିଭିନ୍ନ ହୋଟେଲରେ ବସିଥିବା ନେତାଙ୍କ ବୈଠକକୁ ନାପସନ୍ଦ କରିଛନ୍ତି ନବୀନ । ବୈଠକ ପାଇଁ ଶଙ୍ଖଭବନ ଥିବା କହିଛନ୍ତି ।

Breaking News