ରିପୋର୍ଟ କାର୍ଡ / ଭୁବନେଶ୍ୱର
୩ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ। ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ନୂଆ ସଭାପତି ଘୋଷଣା କରାଯାଇଛି। ନୃସିଂହ ଚରଣ ସାହୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି, ଝିନ ହିକ୍କା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଏବଂ ଜଗନ୍ନାଥ ସାରକା ରାୟଗଡା ବିଜେଡି ଜିଲ୍ଲା ସଭାପତି ହୋଇଛନ୍ତି।ଅନ୍ୟପଟେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ୩ ବରିଷ୍ଠ ସାଧାରଣ ସଂପାଦିକା ଓ ୧୨ ସାଧାରଣ ସଂପାଦିକା ନିଯୁକ୍ତ ହୋଇଛନ୍ତି। ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର-ବରିଷ୍ଠ ସାଧାରଣ ସଂପାଦିକା। ସେହିପରି ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହା- ସାଧାରଣ ସଂପାଦିକା। ଶ୍ରର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର,ଲୋପାମୁଦ୍ରା ବକ୍ସିପାତ୍ର- ସାଧାରଣ ସଂପାଦିକା ଭାବେ ନିଯୁକ୍ତ ହୋଇଛନ୍ତି। ମୀନତି ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ- ସାଧାରଣ ସଂପାଦିକା। ଦୀପାଳି ଦାସ, ରଂଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆ- ସାଧାରଣ ସଂପାଦିକା ଭାବେ ନିଯୁକ୍ତ।।
More Stories
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..