ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରାମନ ଶନିବାର ପାର୍ଲାମେଣ୍ଟରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। କ୍ରମାଗତ ୮ମ ଥର ସେ ବଜେଟ ଉପସ୍ଥାପନ କରିଥିବାବେଳେ ଏଥିରେ ଆୟକରଦାତା, ମଧ୍ୟବିତ୍ତଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ବଜେଟକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଚଳିତ ବଜେଟରେ ଯୁବବର୍ଗଙ୍କ ପାଇଁ ରୋଜଗାର ଯୋଗାଇଦେବା ସମ୍ପର୍କରେ କିଛି ନାହିଁ। ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବର୍ଦ୍ଧିତ ଦରଦାମ୍ ପାଇଁ ଜନସାଧାରଣ ବିଭିନ୍ନ ସମସ୍ୟା ଭୋଗୁଥିବାବେଳେ ବଜେଟରେ ଏହାର ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ସେହିପରି ଓଡ଼ିଶାକୁ ସ୍ପେଶାଲ କାଟାଗୋରି ଷ୍ଟାଟସ୍ ପ୍ରଦାନ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲେ ହେଁ ଏଥର ବଜେଟରେ ସେ ନେଇ କୌଣସି ପ୍ରାବଧାନ ନାହିଁ। ବଜେଟରେ ଅନ୍ୟ ରାଜ୍ୟଗୁଡ଼କୁ ସ୍ବତନ୍ତ୍ର ପ୍ରାବଧାନ ମିଳିଥିଲେ ହେଁ, ଓଡ଼ିଶାର ନ୍ୟାଯ୍ୟ ଦାବିଗୁଡ଼ିକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……