Report Card Odisha

| Daily Odia News

ନୂଆପଡ଼ା ଭୋଟ ପୂର୍ବରୁ ନବୀନ ଭରିଲେ ଜୋସ…..

ରିପୋର୍ଟ କାର୍ଡ / ନୂଆପଡ଼ା

ଭୋଟ ପୂର୍ବରୁ ନୂଆପଡ଼ାବାସୀଙ୍କ ଜୋସ୍ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ଜୋରଦାର ପ୍ରଚାର କରିବା ସହ ବିରୋଧୀଙ୍କୁ ଶାଣିତ ଜବାବ ଦେଇଥିଲେ ନବୀନ । କଡ଼ା ଭାଷାରେ ରାଜ୍ୟ ବିଜେପି ଉପରେ ବର୍ଷିଥିଲେ ନବୀନ । ଆସନ୍ତା ୧୧ ତାରିଖରେ ଇଭିଏମରେ ନୂଆପଡ଼ାବାସୀ ଜବାବ ଦେବେ ବୋଲି ସେ ଦେଇଥିଲେ ଆହ୍ବାନ । ବିଜେପିକୁ ସିଧାସଳଖ ମିଛ ପ୍ରତିଶ୍ରୁତିର ଦଳ ବୋଲି କହିଥିଲେ ନବୀନ। ୧୬ ମାସର ବିଜେପି ସରକାର କେବଳ ମିଛ ପବ୍ଲିସିଟିର ହିରୋ। କାମରେ କିନ୍ତୁ ପୂରା ଜିରୋ।ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଲୋକଙ୍କୁ ମନେ ପକାଇଦେଇ ନବୀନ ଘନ ଘନ ପ୍ରଶ୍ନବାଣରେ ବିଜେପିକୁ କରିଛନ୍ତି ହମଲା। ୩୦୦ ୟୁନିଟ ମାଗଣା ବିଜୁଳି, ୩, ୫୦୦ ଟଙ୍କା ଭତ୍ତା, ବେକାରୀଙ୍କୁ ଚାକିରି, ଚାଷୀଙ୍କୁ ସାର ଆଦି ପ୍ରସଙ୍ଗରେ କଟାକ୍ଷ କରିଥିଲେ ବିରୋଧୀ ଦଳ ନେତା। ମିଶନ ଶକ୍ତି ଜରିଆରେ ମାଆ ଭଉଣୀମାନଙ୍କୁ ସଶକ୍ତ କରିଥିଲା ବିଜେଡି ସରକାର। ହେଲେ ଏବେ ମିଶନ ଶକ୍ତି ମହିଳାଙ୍କୁ ୮ ମାସ ହେଲା ଦରମା ମିଳିନାହିଁ। ସେମାନଙ୍କୁ ଲୋନ ବି ମିଳୁନି। ଆଇନଶୃଙ୍ଖଳା କଥା ନ କହିବା ଭଲ। ବିଜେପି ସରକାରରେ ମହିଳାଙ୍କ ଉପରେ ଅତ୍ୟାଚାର ସବୁ ସୀମା ଟପିଲାଣି। କିଛି କାମ ନ କରି କେବଳ ବିଜେଡି ସରକାରଙ୍କ ଯୋଜନାର ନାଁ ବଦଳାଇ ଶ୍ରେୟ ନେବାକୁ ଚେଷ୍ଟା କରୁଥିବାରୁ ଓ ରଙ୍ଗ ମାରୁଥିବାରୁ ବିଜେପି ସରକାରକୁ ନେମ୍ ଚେଞ୍ଜର ଓ ରଙ୍ଗମରା ସରକାର ବୋଲି କଟାକ୍ଷ କରିଛନ୍ତି ନବୀନ ପଟ୍ଟନାୟକ। ଆସନ୍ତା ୭ ତାରିଖରେ ଆଉ ଥରେ ନୂଆପଡ଼ାରେ ନବୀନ ପଟ୍ଟନାୟକଙ୍କ ପ୍ରଚାର କାର୍ଯ୍ୟକ୍ରମ ଅଛି।

Breaking News