Report Card Odisha

| Daily Odia News

ନୂଆ ଜିଲ୍ଲା ସଭାପତି ନିଯୁକ୍ତ କଲା ବିଜେଡି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରରେ ଦଳକୁ ମଜଭୁତ କରିବା ଉଦ୍ଦେଶ୍ୟରେ ନୂଆ ସଭାପତି ନିଯୁକ୍ତ କରିଛି ବିଜେଡି | ଆଜି ୬ ଜିଲ୍ଲା ପାଇଁ ନୂଆ ସଭାପତି ସହ ୩ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି। ନୃସିଂହ ଚରଣ ସାହୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି। ଅପରପକ୍ଷେ, ଦେବୀ ପ୍ରସାଦ ଭୁତିଆ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ସଭାପତି ଭାବେ ଅଶ୍ବିନୀ କୁମାର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ଝିହ୍ନ ହିକକା କୋରାପୁଟ ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ ପ୍ରଶାନ୍ତ ଗୁପ୍ତା କାର୍ଯ୍ୟକାରୀ ସଭାପତି ହୋଇଛନ୍ତି। ସେହିପରି ପ୍ରଭାସ କୁମାର ସିଂ ବରଗଡ଼ ଜିଲ୍ଲା ସଭାପତି ଓ ସୁଶାନ୍ତ ମହାପାତ୍ର(ଜାପାନୀ) କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଉରକେଲାରେ ହାଲୁ ମୁଣ୍ଡାରୀ ଓ ଝାରସୁଗୁଡ଼ା ପାଇଁ ରବି ସିଂଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି।

Breaking News