Report Card Odisha

| Daily Odia News

ଲୋକପ୍ରିୟତାରେ ନବୀନ ଆଗରେ…….

ରିପୋର୍ଟ କାର୍ଡ / ଭୁବନେଶ୍ୱର

‘ଇଣ୍ଡିଆ ଟୁଡେ’ ର ‘ମୁଡ୍ ଅଫ ଦ ନେସନ୍’ ପୋଲରେ ପୁଣିଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ‌େ‌ର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନିଜ ରାଜ୍ୟରେ ସେ ଲୋକପ୍ରିୟ ମାନ୍ୟତା ବଜାୟ ରଖିଛନ୍ତି। ୭୩.୨% ରେଟିଂ ସହ ନବୀନ ଶୀର୍ଷସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(୬୯.୨%), ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା (୬୮.୩%) ରେଟିଂ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଶ୍ରେଷ୍ଠ ୧୦ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଯଥାକ୍ରମେ ୫୫.୭% ରେଟିଂ ସହ ଭୂପେଶ ବାଘେଲ (ଛତିଶଗଡ଼) ଚତୁର୍ଥ, ୫୪.୭% ସହ ଶିବରାଜ ସିଂହ ଚୌହାନ (ମଧ୍ୟପ୍ରଦେଶ) ପଞ୍ଚମ, ୫୩.୪% ସହ ପୁଷ୍କର ଧାମୀ (ଉତ୍ତରାଖଣ୍ଡ) ଷଷ୍ଠ, ୪୮.୬% ସହ ଯୋଗୀ ଆଦିତ୍ୟନାଥ (ଉତ୍ତରପ୍ରଦେଶ) ସପ୍ତମ, ୪୫.୭% ସହ ଏମକେ ଷ୍ଟାଲିନ (ତାମିଲନାଡୁ) ଅଷ୍ଟମ, ୪୩.୬% ସହ ଭୁପେନ୍ଦ୍ର ପଟେଲ (ଗୁଜରାଟ) ନବମ ଓ ୩୯.୭% ସହ ଜଗନ ମୋହନ ରେଡ୍ଡୀ (ଆନ୍ଧ୍ର ପ୍ରଦେଶ) ଦଶମ ସ୍ଥାନରେ ରହିଛନ୍ତି।

Breaking News